Historic Baliyatra Cuttack / ବାଲିଯାତ୍ରାରେ ଭୋଟର ସହାୟତା କେନ୍ଦ୍ର

Key Points
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ନିର୍ବାଚନ ବିଭାଗ ମିଶି ବାଲିଯାତ୍ରାରେ ଖୋଲିଲେ ଭୋଟର ସହାୟତା କେନ୍ଦ୍ର । ଭୋଟର ତାଲିକାରେ ଶତପ୍ରତିଶତ ନାମ ପଞ୍ଜିକରଣ, ମତଦାନର ମହତ୍ତ୍ୱ ଆଦି ବିଭିନ୍ନ ବିଷୟରେ ସଚେତନ କରିବା ଉଦେଶ୍ୟରେ ଏହି କେନ୍ଦ୍ର ଖୋଲାଯାଇଛି । ଭାରତୀୟ ଗଣତନ୍ତ୍ରକୁ ଅଧିକରୁ ଅଧିକ ମଜଭୂତ କରିବାର ଉଦ୍ଦେଶ୍ୟ ନେଇ ଭୋଟର ସହାୟତା କେନ୍ଦ୍ର ପ୍ରସ୍ତୁତ କରାଯାଇଛି।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ସୁଶାନ୍ତ କୁମାର ମିଶ୍ର ଏହି ସୁସଜ୍ଜିତ କେନ୍ଦ୍ରକୁ ଗୁରୁବାର ଉଦଘାଟନ କରିଛନ୍ତି । କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋ, ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ଅତିରିକ୍ତ ଶାସନ ସଚିବ ରାମଚନ୍ଦ୍ର କିସ୍କୁ, ଯୁଗ୍ମ ଶାସନ ସଚିବ ସଞ୍ଜୟ ଲୁଗୁନ, ଯୁଗ୍ମ ଶାସନ ସଚିବ ଗୋପୀନାଥ କଁଅର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଲକ୍ଷ୍ମୀପ୍ରସାଦ ସାହୁ, ଉପ ଶାସନ ସଚିବ ପଦ୍ମଜା ଦାସ ଅନ୍ୟ ଅଧିକାରୀମାନେ ଉଦଘାଟନ ସମୟରେ ଉପସ୍ଥିତ ଥିଲେ।
ଏହି କେନ୍ଦ୍ରରେ ତଥ୍ୟଯୁକ୍ତ ଷ୍ଟାଣ୍ଡି, ଏଲଇଡି ଭିଡିଓ ଏବଂ ସ୍ଥାନୀୟ ନିର୍ବାଚନ ବିଭାଗର କର୍ମଚାରୀଙ୍କ ଦ୍ୱାରା ଜନସାଧାରଣ ବିଶେଷକରି ଛାତ୍ରଛାତ୍ରୀମାନଙ୍କୁ ନୂଆ ଭୋଟର ଭାବେ ନାମ ପଞ୍ଜିକରଣ (ଫର୍ମ ୬), ନାମ ଅପସାରଣ (ଫର୍ମ ୭), ଭ୍ରମ ସଂଶୋଧନ (ଫର୍ମ ୮) ଓ ଆଧାର ସହ ଭୋଟର କାର୍ଡ ସଂଯୋଗୀକରଣ (ଫର୍ମ ୬ ଖ) ଆଦି ସମସ୍ତ ବିଷୟରେ ଅତି ସରଳ ଭାବରେ ସୂଚନା ଦିଆଯାଉଛି।
ଭାରତ ନିର୍ବାଚନ ଆୟୋଗ ପକ୍ଷରୁ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ବିଗତ ୬ ମାସ ମଧ୍ୟରେ ନେଇଥିବା ୩୦ଟି ନୂଆ ପଦକ୍ଷେପ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କୁ ସୂଚନା ଦିଆଯାଉଛି । ECINet ଆପ, ଭୋଟର ହେଲ୍ପଲାଇନ ଭଳି ଉପକାରୀ ଆପ ବାବଦରେ ମଧ୍ୟ ସୂଚନା ଦିଆଯାଉଛି।
📱 Get Argus News App
✨Related Topics
Explore more stories