Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

Odisha

ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

Rashmita Mishra
Browse all articles by Rashmita Mishra
·1 year ago·1 min read
ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି

ଅର୍ଗସ ବ୍ୟୁରୋ: ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ୪୩ ସିଟ୍ ରେ 685 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ମଇଦାନରେ ହେଭିୱେଟଙ୍କ ଭାଗ୍ୟପରୀକ୍ଷା ଜାରି ରହିଛି । ସେପଟେ ଆଜି ୧୦ ରାଜ୍ୟର ୩୧ ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । କେରଳ ଓ୍ବାୟନାଡ ଲୋକସଭା ଆସନରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ମତଦାନ ।

ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟରେ ମୋଟ 81ରୁ 43ଟି ବିଧାନସଭା ଆସନରେ ମତଦାନ ହେଉଛି । ସଢେଇକଳା, ରାଞ୍ଚି, ଜାମସେଦପୁର ପୂର୍ବ ଓ ପଶ୍ଚିମ ସହ ଜଗନ୍ନାଥପୁର ଆସନ ଉପରେ ସମସ୍ତଙ୍କ ନଜର ରହିଛି ।  ମୋଟ 2 କୋଟି 6 ଲକ୍ଷ ଭୋଟରଙ୍କ ମଧ୍ୟରେ 1 କୋଟି 31 ଲକ୍ଷ ପୁରୁଷ ଓ 1 କୋଟି 29 ଲକ୍ଷ ମହିଳା ଭୋଟରଙ୍କ ମନ ଜିଣିବାକୁ ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟ କରିଛନ୍ତି ଜୋରଦାର ପ୍ରୟାସ । ପ୍ରଥମ ପର୍ଯ୍ୟାୟ ପରେ ନଭେମ୍ବର 20ରେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯାୟ ମତଦାନ ହେବ । ନଭେମ୍ବର 23ରେ ଘୋଷଣା ହେବ ଫଳାପଳ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Voting continues for the first phase of assembly elections in Jharkhand | Argus News