Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସରିଛି ଭୋଟିଂ, କାଲି କାଉଣ୍ଟିଂ: ଇଭିଏମ୍‌ ଖୋଲିବ ନେତାଙ୍କ ଭାଗ୍ୟ

Odisha

ସରିଛି ଭୋଟିଂ, କାଲି କାଉଣ୍ଟିଂ: ଇଭିଏମ୍‌ ଖୋଲିବ ନେତାଙ୍କ ଭାଗ୍ୟ

Ritu Das
Browse all articles by Ritu Das
·2 years ago·2 min read
ସରିଛି ଭୋଟିଂ, କାଲି କାଉଣ୍ଟିଂ: ଇଭିଏମ୍‌ ଖୋଲିବ ନେତାଙ୍କ ଭାଗ୍ୟ

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଆସିବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ଇଭିଏମ୍‌ରେ ସିଲ୍ ଥିବା ନେତାଙ୍କ ଭାଗ୍ୟ ଖୋଲିବ । ଏଥିପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ରାଜ୍ୟରେ ମୋଟ ୭୦ଟି ସେଣ୍ଟରରେ ହେବ କାଉଣ୍ଟିଂ । ଏଥିପାଇଁ ୧୨୫ ଜଣ ଅବଜର୍ଭର  ନିୟୋଜିତ ରହିବେ । ସକାଳ ୮ଟାରୁ ପ୍ରଥମେ ବାଲାଟ ଓ ପରେ EVM କାଉଣ୍ଟିଂ ହେବ । 

ଆସନ୍ତାକାଲି ଭୋଟ ଗଣତି ପାଇଁ  ସମ୍ବଲପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ । ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ୍‌ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସମ୍ବଲପୁର ବିଧାନସଭା ଆସନ ଓ ଲୋକସଭା ପାଇଁ ସମ୍ବଲପୁର ମହିଳା ମହାବିଦ୍ୟାଳୟରେ 10 ଟି ଟେବୁଲ ଓ 19ଟି ରାଉଣ୍ଡରେ ଗଣତି ହେବ । ଏଥିପାଇଁ ସୁରକ୍ଷାକୁ ବି କଡ଼ାକଡ଼ି କରାଯାଇଛି । 

ପୁରୀରେ ବି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀରେ ଦୁଇଟି ଜାଗାରେ ଭୋଟ୍ ଗଣତି ହେବ । ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟରେ ଭୋଟ୍ ଗଣତି ହେବ । ସେଥିପାଇଁ ଷ୍ଟ୍ରଙ୍ଗରୁମ୍‌ରେ ସମସ୍ତ ଭୋଟିଂ ମେସିନ୍ ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । 
ସେପଟେ କେନ୍ଦୁଝରରେ ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଓ ରାଜ୍ୟ ପୋଲିସଙ୍କ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୩ଟି ସ୍ଥାନରେ ଥିବା ୬ ଗୋଟି ଗଣତି କେନ୍ଦ୍ରରେ କାଉଣ୍ଟିଂ  ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

କାଲି ମୟୂରଭଞ୍ଜରେ ବି କାଉଣ୍ଟିଂ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଜିଲ୍ଲାର ୫ଟି ସ୍ଥାନରେ ହେବ ଭୋଟ ଗଣତି । ବାରିପଦାର ଏମ.ପି.ସି ଅଟୋନମୋସ କଲେଜ,  ମାରୋଡା, ବାଙ୍ଗିରିପୋଷି , ବଡ଼ସାହିରେ ଭୋଟ ଗଣତି ହେବାକୁ ଥିବାବେଳେ, ଗୋପବନ୍ଧୁ ଶିକ୍ଷକ ତାଲିମ କେନ୍ଦ୍ର ରେ ବାରିପଦା ଆସନ ଲାଗି ହୋଇଛି ବ୍ୟବସ୍ଥା । ଜିଲ୍ଲାପାଳ ନିଜେ ସମସ୍ତ ବ୍ୟବସ୍ଥାର ତଦାରଖ କରିଛନ୍ତି । 

ଆସନ୍ତାକାଲି ଭୋଟ ଗଣତି ପାଇଁ ସାରାରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି । 69ଟି ଷ୍ଟ୍ରଙ୍ଗରୁମ ଓ ଗୋଟିଏ ପୋଷ୍ଟାଲ ବାଲାଟ କାଉଟିଂ ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଷ୍ଟ୍ରଙ୍ଗ ରୁମରେ CAPF ମୁତୟନ ହୋଇଥିବା ବେଳେ ଷ୍ଟ୍ରଙ୍ଗ ରୁମ ବାହାରେ ବନ୍ଧୁକ ଧାରୀ ପୋଲିସ ଓ ବାହାରେ ଜିଲ୍ଲା ପୋଲିସ ମୁତୟନ ହେବେ । ଏଥିପାଇଁ 115ଟି କେନ୍ଦ୍ରୀୟ କମ୍ପାନୀ ଷ୍ଟ୍ରଙ୍ଗ ରୁମରେ ମୁତୟନ ରହିବେ । ନିର୍ବାଚନୀ ପରବର୍ତୀ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ଥିବା କହିଛନ୍ତି ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାର।

ଅଧିକ ପଢ଼ନ୍ତୁ ନିର୍ବାଚନ ଖବର 
 

Argus Whatsapp Channel Mobile Top
Sponsored
Voting done, tomorrow counting | Argus News