ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଭୁବନେଶ୍ୱର: ଆଜି ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୬ ଲୋକସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନର ଭୋଟିଂ । ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ପୁରୀ, କଟକ ଓ ଭୁବନେଶ୍ବର ଲୋକସଭା ଆସନ ଏବଂ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭାରେ ଆଜି ମତଦାନ ।
ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ସମ୍ବିତ ପାତ୍ର, ବିଜେଡି ସାଙ୍ଗଠନିକ ସମ୍ପାଦର ପ୍ରଣବ ପ୍ରକାଶ ଦାସଙ୍କ ପରି ୨୦ରୁ ଉର୍ଦ୍ଧ୍ୱ ହେଭିୱେଟ୍ । ମୋଟ୍ ୯୪.୪୧ ଲକ୍ଷ ଭୋଟର ମତଦାନ କରିବେ । 10 ହଜାର 551 ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଯେଉଁଠି 70 ହଜାର ପୋଲିଂ କର୍ମଚାରୀ ନିର୍ବାଚନ ପରିଚାଳନା କରିବେ । ସେହିପରି ସୁରକ୍ଷା ବ୍ୟବସ୍ଥା ମଧ୍ୟ ବେଶ କଡ଼ାକଡ଼ି କରାଯାଇଛି ।
📱 Get Argus News App
✨ରାଜ୍ୟ ପୋଲିସ ସହ ୧୨୧ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି । ମତଦାନ ହେବାକୁ ଥିବା ୬ ଲୋକସଭା ଆସନ ମଧ୍ୟରୁ ଗତଥର ବିଜେପି ସମ୍ବଲପୁର ଓ ଭୁବନେଶ୍ବରରେ ବାଜି ମାରିଥିବା ବେଳେ ବିଜେଡିକୁ ମିଳିଥିଲା ୪ଟି ଆସନରେ ସଫଳତା । ସେହିପରି ୪୨ ବିଧାନସଭା କ୍ଷେତ୍ରରେ ବିଜେଡି ୩୫, ବିଜେପି ୫ଟି ଓ କଂଗ୍ରେସ ୨ଟି ଆସନ ହାତେଇବାରେ ସଫଳ ହୋଇଥିଲେ ।