Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅସଭ୍ୟ ଡ୍ୟାନ୍ସର ଅନୁମତି ଦେଲା କିଏ ?

Odisha

ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅସଭ୍ୟ ଡ୍ୟାନ୍ସର ଅନୁମତି ଦେଲା କିଏ ?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଆମ ଓଡ଼ିଶା ନବୀନ ଓଡ଼ିଶାରେ ଅସଭ୍ୟ ଡ୍ୟାନ୍ସର ଅନୁମତି ଦେଲା କିଏ ?

Key Points

  • ସୀମା ଟପିଲା ଆମ ଓଡ଼ିଶା ନବୀନ ଓଡ଼ିଶା ପୋଗ୍ରାମ
  • କଲେଜ୍‌ ପିଲାଙ୍କ ସାମ୍ନାରେ ଉଲଗ୍ନ ଡ୍ୟାନ୍ସର ଆୟୋଜନ
  • ଛାତ୍ରଛାତ୍ରୀଙ୍କୁ କାହିଁକି ନଷ୍ଟ କରୁଛନ୍ତି ସରକାର ?

ଅର୍ଗସ ବ୍ୟୁରୋ: କଲେଜ କ୍ୟାମ୍ପସରେ ଚାଲିଥିବା ଉଲଗ୍ନ ନୃତ୍ୟକୁ  ଦେଖିଲେ ଯିଏ ନାହିଁ ସିଏ କହିବ ସେଇଠି ଚାଲିଛି କଣ । ଶିକ୍ଷାନୁଷ୍ଠାନରେ ଯେମିତି ଭାବରେ ଉଲଗ୍ନ ନୃତ୍ୟ ପରିବେଷଣ ହେଉଛି ସେ ଦୃଶ୍ୟ ଦେଖିବା ପରେ ଆପଣଙ୍କୁ ବି କଷ୍ଟ ଲାଗିବ । ଆଉ କହିବେ ଆମ ଓଡ଼ିଶା ନବୀନ ଓଡ଼ିଶା କଣ ପିଲାଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଯୋଜନା ହେଉଛି କି ? ଆପଣଙ୍କ ମନରେ ଆସୁଥିବା ପ୍ରଶ୍ନ ସ୍ଵାଭାବିକ, ହେଲେ ସେ କାର୍ଯ୍ୟକ୍ରମକୁ ଆୟୋଜନ କଲା କିଏ ? ଶିକ୍ଷାନୁଷ୍ଠାନରେ ଏମିତି ଅସଭ୍ୟ ନୃତ୍ୟ କରିବାକୁ ଅନୁମତି ଦେଲା କିଏ ? ସେନେଇ କିନ୍ତୁ ତଥ୍ୟ କିଛି ସ୍ପଷ୍ଟ ହୋଇନି । 

ପୁରୀ ବ୍ରହ୍ମଗିରି ଅଲାରନାଥ ଧନ୍ଦାମୂଳକ ମହାବିଦ୍ୟାଳୟ । ଅବସର ଥିଲା କଲେଜ୍‌ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ସରକାରୀ କାର୍ଯ୍ୟକ୍ରମ ଥିବାରୁ ଖଚାଖଚ ଭି଼ଡ ବି ଜମିଥିଲା । ଉପସ୍ଥିତ ଥିଲେ ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ । କିନ୍ତୁ ଷ୍ଟେଜ୍‌ ଉପରେ ଯେମିତି ଭାବରେ ନୃତ୍ୟ ପରିବେଷଣ କରାଗଲା ତାହାକୁ ନେଇ ତେଜିଲାଣି ଅସନ୍ତୋଷ । ଖାଲି ଏତିକି ନୁହେଁ ବରଂ ଅଶ୍ଲୀଳ ନୃତ୍ୟ ପରିବେଷଣକୁ କିଏ ଦେଇଥିଲା ଅନୁମତି ଉଠିଲା ପ୍ରଶ୍ନ ? ବିଦ୍ୟା ମନ୍ଦିରକୁ କଳଙ୍କିତ କରିବାକୁ ରାଜ୍ୟ ସରକାର କରୁଛନ୍ତି କି ପ୍ରଚେଷ୍ଟା ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସେତିକି ସରଗରମ ହେଉଛି । ଶାସକଦଳ ଏବେ ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ କରୁଛି । କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ଯେମିତି ଭାବରେ କାଣ୍ଡ ଭିଆଉଛି ଶାସକ ଦଳ ତାହାକୁ ନେଇ ଏବେ ପୂରା ରାଜ୍ୟରେ ଚର୍ଚ୍ଚା । ଖାଲି ଏତିକି ନୁହେଁ ବରଂ ସରକାରୀ କାର୍ଯ୍ୟକ୍ରମରେ ଯେମିତି ଭାବରେ ଦଳୀୟ ପ୍ରଚାର ହେଉଛି ତାହାକୁ ନେଇ ବି ଖପ୍ପା ହେଲେଣି ବିରୋଧୀ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Sponsored
Ama Odisha Nabin Odisha | Argus News