Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓ୍ୱାକଫ୍‌ ବିଲ୍‌: ଦେବାଶିଷ କହିଲେ ଦ୍ୱନ୍ଦ୍ୱ ବଢ଼ାଇଥିଲା ସସ୍ମିତଙ୍କ ଟ୍ୱିଟ୍

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଓ୍ୱାକଫ୍‌ ବିଲ୍‌: ଦେବାଶିଷ କହିଲେ ଦ୍ୱନ୍ଦ୍ୱ ବଢ଼ାଇଥିଲା ସସ୍ମିତଙ୍କ ଟ୍ୱିଟ୍

Key Points

ରାଜ୍ୟସଭାରେ ଓ୍ୱାକଫ୍ ବିଲ୍‌କୁ ୫ଜଣ ସାଂସଦ କରିଥିଲେ ସମର୍ଥନ ।

ଜଣେ ବିପକ୍ଷରେ ଓ ଅନ୍ୟଜଣେ ମତଦାନରୁ ବିରତ ରହିଥିଲେ ।

ଓ୍ୱାକଫ୍‌ ବିଲ୍‌କୁ ବିଜେଡି ସମର୍ଥନ କରିଥିବା ତଥ୍ୟ ସାମ୍ନକୁ ଆସିବା ପରେ ବିଜେଡିରେ ପୁଣି କଳି ଆରମ୍ଭ ହୋଇଛି । ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ୱାକଫ ବିଲ୍ ସପକ୍ଷରେ ଯାଇ ଜାତୀୟ ସ୍ତରରେ ବିଜେଡି ଲଜ୍ଜିତ ହୋଇଛି । ଆପ୍, ଲେଫ୍ଟ ଫ୍ରଣ୍ଟ, ଟିଏମସି ଭଳି ଦଳ ଆଗରେ ଆମେ ଲଜ୍ଜିତ ହୋଇଛୁ ।

ସେମାନଙ୍କ ଭଳି ବିଲ୍ ବିପକ୍ଷରେ ଯିବୁ ବୋଲି କହିବା ପରେ କିନ୍ତୁ ସପକ୍ଷରେ ଗଲୁ। ଆମ ସାଂସଦମାନେ ବୈଠକରେ ବସି ବିଲ୍ ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ପରେ ସସ୍ମିତ ଟୁଇଟ କରି ବିବେକ କଥା କହିବାରୁ ଦ୍ଵନ୍ଦ ବଢ଼ିଥିଲା । ଏସବୁ ପାଇଁ ମୁଁ ସମ୍ପୂର୍ଣ ଭୋଟିଂ ବେଳେ ଅନୁପସ୍ଥିତ ରହିଲି । ମୋ ଅସନ୍ତୋଷ ନେଇ ମୋ ଦଳ ନେତା ମୋ ସହ କଥା ମଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ଦେବାଶଷ ସାମନ୍ତରାୟ ।

ସୂଚନାଯୋଗ୍ୟ, ରାଜ୍ୟସଭାରେ ଓ୍ବାକଫ୍ ସଂଶୋଧନ ବିଧେୟକ ପାରିତ ବେଳେ ୭ଜଣ ବିଜେଡି ସାଂସଦଙ୍କ ମଧ୍ୟରୁ ୫ଜଣ ସପକ୍ଷରେ, ଜଣେ ବିପକ୍ଷରେ ଓ ଅନ୍ୟଜଣେ ମତଦାନରୁ ବିରତ ରହିଥିଲେ । ରାଜ୍ୟସଭା ସଚିବାଳୟ ତଥ୍ୟ ଅନୁଯାୟୀ ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ, ନିରଞ୍ଜନ ବିଶି, ମାନସ ରଂଜନ ମଙ୍ଗରାଜ ଓ ଶୁଭାଶିଷ ଖୁଣ୍ଟିଆ ବିଧେୟକ ସପକ୍ଷରେ ଭୋଟ ଦେଇଥିଲେ । ବିଧେୟକ ବିପକ୍ଷରେ କେବଳ ସାଂସଦ ମୁନା ଖାନ୍ ମତଦାନ କରିଥିଲେ । ସାଂସଦ ଦେବାଶିଷ ସାମନ୍ତରାୟ ମତଦାନ ସମୟରେ ଅନୁପସ୍ଥିତ ରହିଥିଲେ ।

ତିନି ମାସ ପରେ ଓ୍ବାକଫ୍ ସଂଶୋଧନ ବିଧେୟକ ମତଦାନ ପ୍ରସଙ୍ଗରେ ସମସ୍ତ ସାଂସଦଙ୍କ ମତଦାନ ତଥ୍ୟକୁ ରାଜ୍ୟସଭା ସଚିବାଳୟ ସାର୍ବଜନୀନ କରିବା ପରେ ବିଜେଡି ପାଇଁ ଅଡୁଆ ବଢ଼ିଛି । ଓ୍ବାକଫ୍ ସଂଶୋଧନ ମତଦାନ ବେଳେ ବିଜେଡି ସାଂସଦଙ୍କ ଅସ୍ପଷ୍ଟ ଭୂମିକାକୁ ନେଇ ଚର୍ଚ୍ଚା ହୋଇଥିଲା ।

ଅନ୍ୟପଟେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ କହିଛନ୍ତି ୱାକଫ ବିଲକୁ ବିଜେଡିର ସମର୍ଥନ ନେଇ BJD ହାଇକମାଣ୍ଡଙ୍କ ଅପେକ୍ଷା ପାଣ୍ଡିଆନ୍‌ଙ୍କ ଭୂମିକା ଅଧିକ ରହିଛି। ତାଙ୍କ ନିର୍ଦ୍ଦେଶରେ BJDର ୫ ଜଣ ସାଂସଦ ଭୋଟ ଦେଇଛନ୍ତି। ଅମିତ ଶାହଙ୍କ ନିର୍ଦ୍ଦେଶକୁ BJDରେ ଯିଏ ପାଳନ କରୁଛନ୍ତି ସେ ହେଉଛନ୍ତି ପାଣ୍ଡିଆନ୍। ତେଣୁ ଯାହା ସେତେବେଳେ କୁହାଯାଉଥିଲା ତାହା ଏବେ ପ୍ରମାଣିତ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Waqf Bill: Debashish's tweet added to the confusion | Argus News