ୱାକଫ୍ ଇଫେକ୍ଟ: ସସ୍ମିତଙ୍କ ବିରେୋଧରେ ଏକାଠି ହେଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ଵର: ୱାକଫ୍ ଇଫେକ୍ଟକୁ ନେଇ ବିଜେଡି ଭିତରେ ଖଣ୍ଡଯୁଦ୍ଧ । ସସ୍ମିତଙ୍କ ବିରେୋଧରେ ଏକାଠି ହେଲେ ବିଜେଡିର ବରିଷ୍ଠ ନେତା । ଷଡ଼ଯନ୍ତ୍ର ଗନ୍ଧ ବାରିଲେ ପ୍ରତାପ ଜେନା । ଡିଲ୍ ହୋଇଥିବା କହି ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ ଦେବାଶିଷ । ବିବେକ ଅନୁସାରେ ଭୋଟ୍ ନେଇ ସସ୍ମିତଙ୍କ ଏକ୍ସ ପୋଷ୍ଟ ପରେ କାହିଁକି ଚୁପ୍ ଥିଲା ବିଜେଡି ? ମୁଖିଆଙ୍କ ନିରବତା ସୃଷ୍ଟି କଲା ଅସମାହିତ ପ୍ରଶ୍ନ ।
ବିଜେଡିର ୱାକଫ୍ କମ୍ପନ । କାଲି ସୁପ୍ରିମୋଙ୍କ ପାଖରେ ଫେରାଦ । ଆଜି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ଦଳ ଭିତରୁ ଘନ ଘନ ଆକ୍ରମଣ । ଗତକାଲି ପ୍ରଫୁଲ୍ଲଙ୍କ ଚିଠି, ଆଉ ଆଜି ବଦ୍ରି, ଗଣେଶ୍ଵରଙ୍କ ବୟାନବାଜି ଆଉ ତା ପରେ ପ୍ରତାପ ଜେନାଙ୍କ ଚିଠି । ହେଲେ ସବୁ ପରେ ବି ନୀରବ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହାରି ଭିତରେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଦେଇଛନ୍ତି ବିସ୍ଫୋରକ ବୟାନ ।
ସିଧାସଳଖ ଅଭିଯୋଗ କରିଛନ୍ତି ୱାକଫ୍ ସମର୍ଥନ ପାଇଁ ବଡ଼ ଡିଲ୍ ହୋଇଛି । ଏହା ପଛରେ ନିକଟରେ ଭିଆରଏସ୍ ନେଇଥିବା ପରାମର୍ଶଦାତା କହି ପାଣ୍ଡିଆନଙ୍କ ଆଡକୁ ଇସାରା କରିଛନ୍ତି ଦେବାଶିଷ । ବରିଷ୍ଠ ବିଧାୟକ ବଦ୍ରି ପାତ୍ର କିଏ କେଉଁଠି ଖେଳ କଲା ସମସ୍ତେ ଜାଣିବା ଦରକାର ବୋଲି କହିଛନ୍ତି । ଗଣେଶ୍ଵର ବେହେରା ଓ ପ୍ରତାପ ଜେନା ସସ୍ମିତଙ୍କ ବିରୋଧରେ ଆକ୍ସନ ଦାବି କରିଛନ୍ତି ।
ସଂସଦରେ କାହିଁକି ବିଜେଡି ଆଭିମୁଖ୍ୟ ବଦଳିଲା ବୋଲି ନବୀନଙ୍କୁ ପଚାରିବାକୁ ଗତକାଲି ନବୀନ ନିବାସ ଯାଇଥିଲେ ବିଜେଡିର ବରିଷ୍ଠ ନେତା । ଲମ୍ବା ସମୟ ଧରି ରୁଦ୍ଧଦ୍ଵାର ଆଲୋଚନା କଲେ । ହେଲେ ବାହାରିବା ପରେ କଣ ଆଲୋଚନା ହେଲା କହିବାକୁ ସମସ୍ତେ ନାରାଜ ।
📱 Get Argus News App
✨
ଏବେ ନଜର ପକାଇବା ପୂରା ଘଟଣାକ୍ରମ ଉପରେ...
ଗତ ୨ ତାରିଖରେ ୱାକଫ୍ ବିଲକୁ ବିଜେଡି ବିରୋଧ କରିବ ବେୋଲି କହିଥିଲେ ସସ୍ମିତ ପାତ୍ର । ୩ ତାରିଖ ଦିନ ୧୧ଟା ସମୟରୁ ଆରମ୍ଭ ହେଲା ରାଜ୍ୟସଭାରେ ୱାକଫ୍ ଉପରେ ଆଲେୋଚନା । ସନ୍ଧ୍ୟା ପ୍ରାୟ ୬ଟାରେ ବିବେକ ଆଧାରରେ ଭୋଟ ଦେବା ନେଇ ଦଳରେ ନିଷ୍ପତ୍ତି କଥା ଏକ୍ସରେ ପୋଷ୍ଟ କଲେ । ଭୋଟ୍ ହେଲା ପାଖାପାଖି ରାତି ୨ଟା ପରେ ।
ତେବେ ପ୍ରଶ୍ନ ସସ୍ମିତଙ୍କ ପୋଷ୍ଟର ୮ ଘଣ୍ଟା ପର୍ଯ୍ୟନ୍ତ କେଉଁଠି ଥିଲା ବିଜେଡି ? କାହିଁକି ଜାରି କରାଯାଇ ନଥିଲା ଦଳୀୟ ହ୍ଵିପ୍ ? କାହିଁକି ଦଳ ତରଫରୁ ଦିଆଯାଉନି ସ୍ପଷ୍ଟୀକରଣ ? ବିଜେଡି ନୁହେଁ ବରଂ ଜଣେ ମୁସଲମାନ ସାଂସଦ ଭାବେ ୱାକଫ୍ ବିରେୋଧରେ ଭୋଟ ଦେଇଛନ୍ତି ମୁନ୍ନା ଖାଁ ।
ସସ୍ମିତ ୱାକଫ ସପକ୍ଷରେ ଭୋଟ୍ ଦେଇଥିବା ନିଜେ କହିଥିବା ବେଳେ ଅନ୍ୟ ୪ ସାଂସଦ ଏବେ ବି ନୀରବ । ଯାହା ଦଳ ଭିତରେ ସୃଷ୍ଟି କରୁଛି ଅନେକ ଅସମାହିତ ପ୍ରଶ୍ନ । ଦଳ ଭିତରେ ଏବେ ମହଭାରତ ଯୁଦ୍ଧ ସ୍ଥିତି ଥିବା ବେଳେ ପୂର୍ବରୁ ବିଶେଷଜ୍ଞ କହିଥିଲେ କ୍ଷମତାରୁ ବାହାରିଲେ ଶେଷ ହୋଇଯିବ ଦଳ । ଏବେ ପ୍ରଶ୍ନ କାହା ନିର୍ଦ୍ଦେଶରେ ସସ୍ମିତଙ୍କ ସହ ୫ ସାଂସଦ ଦେଲେ ବିଲ୍ ସପକ୍ଷରେ ଭୋଟ୍ ?