War Alert Issued / ଯୁଦ୍ଧରେ ଫସିଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ୮୦୦୪୬୩୪୨
·4 months ago·2 min read

Key Points
ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା
୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି
ଟୋଲ ଫ୍ରି ନମ୍ବର - ୮୦୦୪୬୩୪୨
ହ୍ୱାଟ୍ସଆପ ନମ୍ବର ୯୭୧୫୪୩୦୯୦୫୭୧
୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି
ଟୋଲ ଫ୍ରି ନମ୍ବର - ୮୦୦୪୬୩୪୨
ହ୍ୱାଟ୍ସଆପ ନମ୍ବର ୯୭୧୫୪୩୦୯୦୫୭୧
ମଧ୍ୟପ୍ରାଚ୍ୟ ଯୁଦ୍ଧ ସ୍ଥିତିକୁ ନେଇ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଯୁଦ୍ଧ ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଗୃହ ବିଭାଗ, ଶ୍ରମ ବିଭାଗ, ସୂଚନା ଓ ଲୋକସଂପର୍କ ବିଭାଗ ମିଳିତ ଭାବେ କାମ କରୁଛନ୍ତି । ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଟୋଲ ଫ୍ରି ନମ୍ବର - ୮୦୦୪୬୩୪୨ ଓ ହ୍ୱାଟ୍ସଆପ ନମ୍ବର ୯୭୧୫୪୩୦୯୦୫୭୧ ଜାରି କରାଯାଇଛି । ଓଡ଼ିଶା ପରିବାର ସ୍ବତନ୍ତ୍ର କାର୍ଯ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡାଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତ କରାଯାଇଛି । ତାଙ୍କର ନମ୍ୱର ୯୫୮୩୩୨୧୯୬୪ ବି ସାର୍ବଜନୀନ ରହିଛି । ଶ୍ରମ ବିଭାଗ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନିରୀକ୍ଷଣ ରଖୁଛି । କେନ୍ଦ୍ର ସରକାରଙ୍କ ସହ ନିରନ୍ତର ଯୋଗାଯୋଗ ଚାଲିଛି । ଯେଉଁ ମାନେ ବି ଓଡ଼ିଆ ଅଛନ୍ତି ସମସ୍ତଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯିବ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ହେଲ୍ପଲାଇନ ନମ୍ବର ଜାରି ହୋଇଛି । ଯୁଦ୍ଧକାଳୀନ ଜରୁରୀ ପରସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟାବଂଶୀ ସୂରଜ।
ଯୁଦ୍ଧ ହେଲେ କେବଳ ଦୋଷୀ ନୁହେଁ ନିର୍ଦ୍ଦୋଷ ବି ଭୋଗନ୍ତି ଯନ୍ତ୍ରଣା । ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଏବେ ସେମିତି ଅକଳରେ ପଡ଼ିଛନ୍ତି ପ୍ରବାସୀ ଭାରତୀୟ । ଦୁବାଇ, UAE, କତାର ଭଳି ଦେଶରେ ଥିବା ପ୍ରବାସୀମାନେ ନିଜ ଜୀବନ ନେଇ ଆତଙ୍କିତ । ପ୍ରବାସୀଙ୍କ ଭିତରେ ଥିବା ଓଡ଼ିଆମାନେ ନିଜ ପରିବାର ଲୋକଙ୍କ ପାଖକୁ ବାର୍ତ୍ତା ମାଧ୍ୟମରେ ଉଦ୍ଧାର ପାଇଁ କରିଛନ୍ତି ଆକୁଳ ନିବେଦନ । ସାରା ବିଶ୍ଵରେ ପଡ଼ିଲାଣି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଭାବ। କେଉଁଠି ପରୋକ୍ଷ ତ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ଲୋକେ । ଆମେରିକା ଓ ଇସ୍ରାଏଲକୁ କଡ଼ା ଜବାବ ଦେବାକୁ ଓ ନିଜ ଦେଶର ସୁପ୍ରିମ ଲିଡର ଖାମନେଇଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ୟୁଏଇ, ଓମାନ, ଦୁବାଇ ଭଳି ଦେଶକୁ ଟାର୍ଗେଟ୍ କରୁଛି ଇରାନ ।
ରବିବାର ଅପରାହ୍ଣରୁ ଦୁବାଇ ନିକଟ ଅଞ୍ଚଳରେ ଡ୍ରୋନ୍, ମିସାଇଲ୍ ମାଡ଼ ହେଉଛି । ଭାଙ୍ଗୁଛି ଅଟ୍ଟାଳିକା, ଆକାଶରେ ଦେଖା ଯାଉଛି କେବଳ ନିଆଁ ଆଉ ଧୂଆଁ । ଏମିତି ସ୍ଥିତିକୁ ନେଇ ଦୁବାଇରେ ରହୁଥିବା ଓଡ଼ିଆଙ୍କ ଭିତରେ ଛନକା ପଶିଛି । ଦୁବାଇରେ ରହୁଥିବା ଗଜପତି ଜିଲ୍ଲା ଗୋଷାଣି ବ୍ଲକ୍ ବ୍ରାହ୍ମଣସୀତାପୁର ଗାଁର ରାଜକିଶୋର ପଣ୍ଡା ପୁଅ ସୁଧୀର ପଣ୍ଡାଙ୍କ ପରିବାରରେ ଆଶଙ୍କା । ସୁଧୀର ସ୍ଥିତି ନେଇ ଘରକୁ ଫୋନ୍ କରି ଜଣାଇବା ପରେ ତାଙ୍କୁ ଉଦ୍ଧାର କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିଜନ ।
ସେହିଭଳି କତାରରେ ଫସିଛନ୍ତି କଟକର ଯୁବକ ପ୍ରତୀକ ଦେବ ଦାସ । ବେଙ୍ଗାଲୁରୁର ଏକ ଆଇଟି କମ୍ପାନୀରେ କାମ କରୁଥିବା ପ୍ରତୀକ ରୋମାନିଆ ଯାଉଥିବାବେଳେ ଯୁଦ୍ଧ ହେବାରୁ କତାର ରାଜଧାନୀ ଦୋହାରେ ଫସି ରହିଛନ୍ତି । ଗଞ୍ଜାମ ଖଲ୍ଲିକୋଟ ବ୍ଲକର ବିଭିନ୍ନ ଗାଁର ହଜାର ହଜାର ଲୋକ ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ କାମ କରୁଛନ୍ତି । ଏବେ ଯୁଦ୍ଧ ସ୍ଥିତି ଭିତରେ ଆତଙ୍କିତ ସେମାନଙ୍କ ପରିଜନ । ସେହିପରି ଦୁବାଇ ଏୟାରପୋର୍ଟରେ ଫସିଛନ୍ତି ପ୍ରବାସୀ ଓଡ଼ିଆ ଦେବାଶିଷ ଦାସ । ଯୁଦ୍ଧ ଦେଶରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ ଉଦ୍ଧାର ପାଇଁ ଭାରତ ସରକାର ଅଭିଯାନ ଆରମ୍ଭ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories