Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Plastic Industry / ଯୁଦ୍ଧ ପ୍ରଭାବରେ ଘରୋଇ ପ୍ଲାଷ୍ଟିକ କମ୍ପାନୀ ଅବସ୍ଥା ଶୋଚନୀୟ

Rashmita Mishra
Browse all articles by Rashmita Mishra
·3 months ago·2 min read
ଯୁଦ୍ଧ ପ୍ରଭାବରେ  ଘରୋଇ ପ୍ଲାଷ୍ଟିକ କମ୍ପାନୀ ଅବସ୍ଥା ଶୋଚନୀୟ
Plastic Industry

Key Points

କେମିତି ଚାଲିବ ପ୍ଲାଷ୍ଟିକ କମ୍ପାନୀ
ମିଳୁନି କଞ୍ଚାମାଲ , ଯାହା ମିଳୁଛି ଦର ଦୁଇ ଗୁଣା
ଯୁଦ୍ଧ ସଙ୍କଟ ଚିନ୍ତାରେ ପ୍ଲାଷ୍ଟିକ ଶିଳ୍ପାନୁଷ୍ଠାନ 

ଯୁଦ୍ଧ ସଙ୍କଟ ଚିନ୍ତାରେ ପ୍ଲାଷ୍ଟିକ ଶିଳ୍ପନୁଷ୍ଠାନ । ବନ୍ଦ ହେବାକୁ ବସିଲାଣି କମ୍ପାନୀ । ଅଧାରୁ ଅଧିକ ମେସିନ ବନ୍ଦ । କ୍ରୁଡ଼ ଅଏଲ ଦର ବୃଦ୍ଧି ପରେ ପଲିମର ଉତ୍ପାଦନ ସମ୍ପୃକ୍ତ କମ୍ପାନୀ ଉପରେ ବଡ଼ ପ୍ରଭାବ । ମିଳୁନି କଞ୍ଚାମାଲ ଯାହା ମିଳୁଛି ସେଥିରେ ଦର ଦୁଇ ଗୁଣା ହୋଇଯାଇଛି ।

ଯୁଦ୍ଧ ପ୍ରଭାବରେ ଘରୋଇ ପ୍ଲାଷ୍ଟିକ କମ୍ପାନୀ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ୬ ଟି ମେସିନ ରଖି ଅହୋରାତ୍ର ଉତ୍ପାଦନ କରୁଥିବା କମ୍ପାନୀର ଏବେ ଦୁଇଟି ମେସିନ ଚାଲୁଛି । ଚାଇନାରୁ PVC କଞ୍ଚାମାଲ ମିଳିବା ପରେ କିଛି ମାତ୍ରାରେ କାମ ଚାଲିଛି । ଯୁଦ୍ଧ ସ୍ଥିତି ଫଳରେ କ୍ରୁଡ଼ ଅଏଲ ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ପରେ କ୍ରୁଡ଼ ଅଏଲ ରୁ ପ୍ଲାଷ୍ଟିକ ପାଇଁ ମିଳୁଥିବା କଞ୍ଚାମାଲ ଦର ବଢ଼ିଛି ।

ପୁଣି ଆବଶ୍ୟକ ଅନୁସାରେ ମିଳି ପାରୁ ନଥିବାରୁ ସମସ୍ୟା ବଢ଼ିଥିବା କହିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଅଧିକାଂଶ ପ୍ଲାଷ୍ଟିକ କମ୍ପାନୀର ଏବେ ଏମିତି ଅବସ୍ଥା ଯାହାଦ୍ୱାରା କର୍ମଚାରୀଙ୍କ ମଧ୍ୟରେ ମଧ୍ୟ ଏହାର ପ୍ରଭାବ ପଡିଛି। ଠିକ ସମୟରେ ଦରମା ପାଇବାରେ ସେମାନେ ଅସୁବିଧା ଭୋଗୁଥିବା ବେଳେ ଚାକିରି ଯିବା ଆଶଙ୍କାରେ ସମୟ ବିତୁଛି ।

ଆଉ ଏକ କମ୍ପାନୀ ହେଉଛି ବାଲେଶ୍ୱରର ଏକ ବୃହତ ପ୍ଲାଷ୍ଟିକ ନିର୍ମିତ କମ୍ପାନୀ । ଏହାର ମଧ୍ୟ ପରିସ୍ଥିତି ଜଟିଳ। ୧୨ଟି ମେସିନ ଜାଗାରେ ଚାଲୁଛି ଗୋଟିଏ ମେସିନ। କାମ ଚଳାଇବାକୁ କର୍ମଚାରୀ ନ ଥିବା ବେଳେ ଗୋଟିଏ ମେସିନ ଚଳାଇ ସନ୍ତୁଷ୍ଟ କମ୍ପାନୀ। କେବଳ ସେତିକି ନୁହେଁ ପ୍ରତ୍ୟହ କଞ୍ଚାମାଲ ଦର ଉପର ତଳ ହେଉଥିବାରୁ ଏହାକୁ ନେଇ ଉତ୍ପାଦନ ମୂଲ୍ୟ ମଧ୍ୟ ପରିବର୍ତ୍ତନ ହେଉଛି ଏଣୁ ବ୍ୟବସାୟୀ ମଧ୍ୟ ଅଧିକ ଷ୍ଟକ ନେବାକୁ ଇଛୁକ ନଥିବା କମ୍ପାନୀ କତ୍ତୃପକ୍ଷ କହିଛନ୍ତି ।

ପ୍ଲାଷ୍ଟିକ ପାଇଁ ବ୍ୟବହୃତ ହେଉଥିବା pvc ପାଇପ ଅର୍ଥାତ ସାଧାରଣ ଜଳ ଯୋଗାଣ ପାଇଁ ନିର୍ମାଣ ହେଉଥିବା ପାଇପ ର କଞ୍ଚାମାଲ pvc ଯାହା ପୂର୍ବରୁ କେଜି ପ୍ରତି ୭୫ ଟଙ୍କା ଥିଲା ତାହା ଏବେ ୧୧୫ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୃଷି ଜାତୀୟ କାର୍ଯ୍ୟ ପାଇଁ ନିର୍ମାଣ ହେଉଥିବା ପାଇପ ପାଇଁ ବ୍ୟବହୃତ ଏଚଡିପିଇ ମୂଲ୍ୟ ଟନ ପିଛା ଦର ପୂର୍ବରୁ ୯୧ ହଜାର ଥିବାବେଳେ ଏବେ ୧ଲକ୍ଷ ୬୧ ହଜାର ଟଙ୍କା ରେ ପହଞ୍ଚିଛି ।

ସେହିପରି ଗ୍ୟାସ ପାଇପ ପାଇଁ ବ୍ୟବହୃତ କଞ୍ଚାମାଲ MDP ମୂଲ୍ୟ ପ୍ରାୟ ଦୁଇ ଗୁଣା ହୋଇଯାଇଛି ଯାହାର ପୂର୍ବରୁ ମୂଲ୍ୟ ୯୫ ହଜାର ପାଖାପାଖି ଥିବାବେଳେ ଏବେ ୧ ଲକ୍ଷ ୮୦ ହଜାର ଧରିଲାଣି । MDP କେବଳ ୟୁଏଇ ରେ ଉତ୍ପାଦନ ହେଉଥିବାରୁ ଏହା ମିଳିବା କଷ୍ଟକର ହୋଇ ପଡିଛି । ଏବେ ଯୁଦ୍ଧ ବିରତି ପରେ ପରିସ୍ଥିତି ସୁଧୁରିବ ବୋଲି ଆଶା ବାନ୍ଧିଛନ୍ତି କମ୍ପାନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Plastic Industry | War Impact Hits Domestic Plastic Industry Hard | Argus News