Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

War Impact On Heatwave / ଯୁଦ୍ଧର ସାଇଡ୍ ଇଫେକ୍ଟ, ପାଣିପାଗର ହେବ ପରିବର୍ତ୍ତନ, ବଢିବ ତାତି

Bikash Mohanty
Browse all articles by Bikash Mohanty
·4 months ago·2 min read
ଯୁଦ୍ଧର ସାଇଡ୍ ଇଫେକ୍ଟ, ପାଣିପାଗର ହେବ ପରିବର୍ତ୍ତନ, ବଢିବ ତାତି
Heat wave

Key Points

ଯୁଦ୍ଧର ପ୍ରଭାବରେ ବଢିବ ତାତି
ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଗରମ ଅଧିକ ରହିବ
ପାଣିପାଗ ବିଶେଷଜ୍ଞଙ୍କ ପୁର୍ବାନୁମାନ 



ଏ ବର୍ଷ ଅଧିକ ଗରମ ଅନୁଭବ କରିବେ ଦେଶବାସୀ। ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ଏବର୍ଷ ଗ୍ରୀଷ୍ମ ପ୍ରବାହର ଦିନ ଅଧିକ ରହିବ । ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ସ୍ୱାଭାବିକ ଠାରୁ ଗରମ ଅଧିକ ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଇରାନ-ଇସ୍ରାଏଲ ଯୁଦ୍ଧ ଚାଲିଛି । ତେଣୁ ସେଠାରେ ବ୍ୟବହାର ହେଉଥିବା ମିସାଇଲ ଓ ଅସ୍ତ୍ରର ବ୍ୟବହାର ପାଣିପାଗ ଉପରେ ପ୍ରଭାବ ପକାଇବ । ଏପିରିକି ସ୍ୱାଭାବିକ ଠାରୁ ଅଧିକ ଗରମ ଅନୁଭୂତ ହେବ। ପ୍ରାୟତଃ ଭାରତରେ ଇରାନ ଅଞ୍ଚଳରୁ ପବନ ପ୍ରବାହିତ ହୋଇଥାଏ ଯାହାକି ଗରମ ପବନ ଥାଏ । ତେଣୁ ମିସାଇଲ ଆକ୍ରମଣ ବୃଦ୍ଧି ଲାଗି ଜଳବାୟୁ ପରିବର୍ତ୍ତନ ଉପରେ ପ୍ରଭାବ ପକାଇପାରେ। ଏଥିସହିତ ଏହି କିଛି ଦିନ ମଧ୍ୟ ତାପମାତ୍ରା ବୃଦ୍ଧି ହେବାର ଆଶଙ୍କା ମଧ୍ୟ ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ, ମାର୍ଚ୍ଚରୁ ମେ ମାସ ପର୍ଯ୍ୟନ୍ତ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ । ସ୍ଵାଭାବିକ ଠାରୁ ଅଧିକ ଗ୍ରୀଷ୍ମ ପ୍ରବାହ ଦିନ ସାରାଦେଶରେ ରହିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ପୂର୍ବ ଭାରତ ଏବଂ ପୂର୍ବକେନ୍ଦ୍ରୀୟ ଭାରତରେ ସ୍ଵାଭାବିକ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇପାରେ । ସେହିଭଳି ଦକ୍ଷିଣପୂର୍ବ ଭାରତ ଏବଂ ଉତ୍ତରପଶ୍ଚିମ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ଗ୍ରୀଷ୍ମ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଆଦ୍ରିକ ରହିବ । ବଢ଼ିବ ଗ୍ରୀଷ୍ମ ପ୍ରବାହ ଦିନ ଦେଶରେ ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ବୃଦ୍ଧି ପାଇବ । ଓଡ଼ିଶା ସହ ପଶ୍ଚିମ ରାଜସ୍ଥାନ, ଗୁଜରାଟ, ହରିୟାଣା, ଦକ୍ଷିଣ ଏବଂ ପୂର୍ବ ମହାରାଷ୍ଟ୍ର, ପୂର୍ବ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଗାଙ୍ଗେୟ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକ ଏବଂ ଉତ୍ତର ତାମିଲନାଡ଼ୁରେ ମାର୍ଚ୍ଚରୁ ମେ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଦିନ ସଂଖ୍ୟା ସ୍ଵାଭାବିକ ଠାରୁ ଅଧିକ ରହିବ ।

ସେପଟେ ମାର୍ଚ୍ଚ ମାସ ଆରମ୍ଭ ସହ ତାତି ଆହୁରି ବଢ଼ିଛି । ମାସର ପ୍ରଥମ ଦିନରେ ରାଜ୍ୟର ୪ ସହରରେ ପାରଦ ୩୬ ଡିଗ୍ରୀ ଡେଇଁଛି । ୩୬.୪ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ଵର ସହ ସୋନପୁର ଓ ବାରିପଦାରେ ପାରଦ ୩୬ ଉପରେ ରହିଛି ।

ଭୁବନେଶ୍ୱର ଓ ସୋନପୁରରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୬.୨ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୬ ଡିଗ୍ରୀ ରହିଛି । ସେହିଭଳି ରାଜ୍ୟର ୬ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ସନ୍ଧ୍ୟା ବୁଲେଟିନ୍‌ରେ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
War Impact On Heatwave | Heatwave Alert: War Impact May Raise Temperatures from March to May | Argus News