Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍, ଆରମ୍ଭ ହେଲା ମକ୍ ଡ୍ରିଲ୍

Ritu Das
Browse all articles by Ritu Das
·1 year ago·1 min read
ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍, ଆରମ୍ଭ ହେଲା ମକ୍ ଡ୍ରିଲ୍

ବାଜିଲା ଯୁଦ୍ଧ ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍। ସୁରକ୍ଷିତ ସ୍ଥନକୁ ଚାଲିଯିବାକୁ ଦିଆଗଲା ନିର୍ଦ୍ଦେଶ। ନିଜ ଜୀବନ ବଞ୍ଚାଇବାକୁ ଦିଆଗଲା ନିର୍ଦ୍ଦେଶ। ଯୁଦ୍ଧ ପ୍ରସ୍ତୁତି ପାଇଁ ଆରମ୍ଭ ହେଲା ମକ୍ ଡ୍ରିଲ। ବୋମା ବର୍ଷା ବେଳେ କ’ଣ କରିବେ ସେନେଇ ଦିଆଗଲା ପରାମର୍ଶ। ଆତସବାଜୀ ଯନ୍ତ୍ରରେ ଘନ ଘନ ପୋଲିସର ସୂଚନା। ଯୁଦ୍ଧ ବେଳେ କିପରି ଆତ୍ମରକ୍ଷା କରିପାରିବ ସେନେଇ ହେଉଛି ମକ୍ ଡ୍ରିଲ। ନିଆଁ ଲାଗିଲେ କ’ଣ କରିବେ? କିପରି ନିଜେ ଏବଂ ପରିବାରକୁ ସୁରକ୍ଷିତ ରଖିବେ ସେନେଇ ଶିଖାଯାଉଛି କୌଶଳ। ଦେଶର ୨୪୪ଟି ଜିଲ୍ଲାରେ ବାଜିଲା ଯୁଦ୍ଧ ସାଇରନ୍। ଆରମ୍ଭ ହେଲା ମକ୍ ଡ୍ରିଲ୍। ଭୁବନେଶ୍ୱର ସମେତ ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେଲା ମକ୍ ଡ୍ରିଲ୍।


ମକ୍ ଡ୍ରିଲ ସ୍ଥାନରେ ନିୟୋଜିତ ରହିଛି ଆମ୍ୱୁଲାନ୍ସ। ଏବଂ ଶିଖାଯାଉଛି ଯୁଦ୍ଧ ବେଳେ ଯଦି ବୋମା ପଡେ କିମ୍ୱା କୌଣସି ଅଘଟଣ ଘଟେ ତାହାଲେ କିପରି ଆମ୍ୱୁଲାନ୍ସର ସହାୟତା ନିଆଯିବ। ଚାଲିଛି ଆତ୍ମରକ୍ଷା କୌଶଳ। ବୋମା ବର୍ଷଣ ବେଳେ କ’ଣ କରିବେ ତାହାର ପରାମର୍ଶ । ଭୁବନେଶ୍ୱର, ସମ୍ୱଲପୁର, ରାଉରକେଲା, କେନ୍ଦ୍ରାପଡ଼ା, ପାରାଦୀପ, ବାଲେଶ୍ୱରରେ ବାଜିଲା ସାଇରନ୍। ଓଡ଼ିଶାର ୧୨ଟି ସ୍ଥାନରେ ଅଭ୍ୟାସ। ଦେଶର ୨୪୪ ଜିଲ୍ଲାରେ ସିଭିଲ୍ ଡିଫେନ୍ସ ମକଡ୍ରିଲ। ରାଜମହଲ ଛକରେ ମକଡ୍ରିଲ। ସୁରକ୍ଷିତ ରହିବାକୁ ବାଜିଲା ସାଇରନ୍। ସାରା ଦେଶରେ ବାଜିଲା ଯୁଦ୍ଧ ସାଇରନ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
war-sirens-sounded-across-the-country-mock-drills-began | Argus News