Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସ୍ଥିତି ସମ୍ଭାଳିବାକୁ ନବୀନ ଡାକିଲେ ମିଟିଂ, ସବୁ ଓଲଟପାଲଟ ହେଲା...

Key Points

  • କାମ କଲାନି ନବୀନଙ୍କ ପ୍ଲାନ୍‌
  • ମାନଭଞ୍ଜନ ପାଇଁ ଚେଷ୍ଟା କରୁଥିଲେ, ନିଜେ ଫଶିଲେ

ଅର୍ଗସ ବ୍ୟୁରୋ: ୨୪ ବର୍ଷର ଶାସନ ପରେ ଶାସକ ଦଳରୁ ଯାଇ ବିରୋଧୀ ଦଳରେ ବସିଲା ବିଜେଡି । କ୍ଷମତା ଚାଲିଯିବା ପରେ ଏବେ ଚିନ୍ତାରେ ନେତା ଓ କର୍ମୀ । କାରଣ ନିର୍ବାଚନରେ ବିଜେଡି ହାରିବା ପରେ ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଥିବାର ନଜର ରହିଛି । ଏହାରି ଭିତରେ ଦଳରେ ପ୍ରବଳ ଗୋଷ୍ଠୀ କନ୍ଦଳ । ପରାଜୟର ସମୀକ୍ଷା କରିବା ବେଳେ ନେତାଏ ବେଫିକର ହୋଇ ନବୀନଙ୍କ ସାମ୍ନାରେ ସବୁ ସତ କହିଦେଉଛନ୍ତି । ଏହାରି ଭିତରେ ଛିଣ୍ଡି ଛିଣ୍ଡି ଯାଉଥିବା ବିଜେଡିର ଖିଅ ଯୋଡ଼ିବାକୁ କସରତ କରିଛନ୍ତି ଦଳର ସୁପ୍ରିମୋ । ଅସନ୍ତୁଷ୍ଟଙ୍କୁ ମନାଇବାକୁ ଶଙ୍ଖ ଭବନରେ ଗତକାଲି ବିଜେଡି ନେତାଙ୍କର ବଡ଼ ବୈଠକ ଡାକିଥିଲେ ନବୀନ । କିନ୍ତୁ ଏକତାର ମନ୍ତ୍ର ଦେବାକୁ ନବୀନଙ୍କ ଚେଷ୍ଟାକୁ ପାଣିଚିଆ କରିଦେଲା ଜିଲ୍ଲା ସଭାପତି ବୈଠକ । ବୈଠକକୁ ଯିବା ପୂର୍ବରୁ ଦଳର ପରିଚାଳନାକୁ ନେଇ ଗଣମାଧ୍ୟମରେ ବିଷୋଦଗାର କଲେ ବୌଦ୍ଧ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମହୀଧର ରଣା। ଯାହା ବିଜେଡିର ଗୋଟିଏ ପ୍ରକାର ପୋଲ ଖୋଲିଦେଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଜେଡିରେ ତୀବ୍ର ହେଲାଣି ଗୋଷ୍ଠୀ କନ୍ଦଳ । କେମିତି ଦଳ ଆଗାମୀ ଦିନରେ ପଂଚାୟତ ନିର୍ବାଚନ ଲଢିବ ସେନେଇ ଦଳୀୟ ନେତା ଟେନ୍‌ସନ୍‌ରେ । ଯେହେତୁ ଏବେ ବିଶୃଙ୍ଖଳା ଚରମ ସ୍ଥିତିରେ ରହିଛି ତେଣୁ ବୈଠକ କରି ସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି ସୁପ୍ରିମୋ । ହେଲେ ଗତକାଲି ମିଟିଂ ପୂର୍ବରୁ ଜିଲ୍ଲା ସଭାପତି ଯେଉଁ ଗୁମର ଖୋଲିଦେଲେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ।

ସୂଚନା ଅନୁସାରେ ଗତକାଲି, ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଥିଲେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର । ଏହା ପରେ ଅପରାହ୍ନରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ୧୫ ଜଣିଆ ସମନ୍ୱୟ କମିଟି, ପ୍ରସନ୍ନ ଆଚାର୍ଯ୍ୟଙ୍କ ସଂଯୋଜନାରେ ଥିବା ୧୭ଜଣିଆ ଉପଦେଷ୍ଟା କମିଟି, ଅତନୁ ସବ୍ୟସାଚୀ ନାୟକଙ୍କ ସଂଯୋଜନାରେ ଥିବା ୨୨ଜଣିଆ ସଦସ୍ୟତା ଅଭିଯାନ କମିଟି ଓ ସଞ୍ଜୟ ଦାସବର୍ମାଙ୍କ ସଂଯୋଜନାରେ ଥିବା ୨୧ଜଣିଆ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ କମିଟି ସମେତ ସମସ୍ତ ଜିଲ୍ଲା ସଭାପତିଙ୍କ ସହ ଆଲୋଚନା କରିଛନ୍ତି ନବୀନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ବିଜେଡିରେ ଦେଖାଯାଇଥିବା କନ୍ଦଳକୁ ନେଇ ଏବେ ଚିନ୍ତାରେ ସୁପ୍ରିମୋ । ତେଣୁ ଗତକାଲି ଡାକିଥିଲେ ଜରୁରୀ ବୈଠକ । ଏପଟେ, ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ବିଜେଡି ପଦଯାତ୍ରା ଆରମ୍ଭ କରିବାକୁ ଯାଉଥିବା ବେଳେ ବୈଠକରେ ନେତାଙ୍କ ମନୋ ମାଳିନ୍ୟ ଦୂର କରି ସଂଗଠନ ସଜଡ଼ା ଉଦ୍ୟମ କେତେ ସଫଳ ହେଉଛି ତାହା ସମୟ କହିବ । 

Sponsored
Naveen Patnaik | Argus News