Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମୃତଦେହକୁ ହେଲିକପ୍ଟରରେ ଭୁବନେଶ୍ୱର ଆଣି ଚିକିତ୍ସାର କରାଯାଇଥିଲା କି ନାଟକ?

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୃତଦେହକୁ ହେଲିକପ୍ଟରରେ ଭୁବନେଶ୍ୱର ଆଣି ଚିକିତ୍ସାର କରାଯାଇଥିଲା କି ନାଟକ?

ଗୁଳି ବାଜିବା ପରେ ନବଦାସଙ୍କୁ ପ୍ରଥମେ ଚିକିତ୍ସା କରିଥିବା ଦୁଇ ଡାକ୍ତର ଜିତେନ ପଟେଲ ଓ ରଂଜନ ପଟେଲଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଏ ଦୁଇ ଡାକ୍ତର ନବଙ୍କ ସହ ଭୁବନେଶ୍ବର ବି ଆସିଥିଲେ । ଆଜି କ୍ରାଇମବ୍ରାଞ୍ଚ ଟିମ ଏମାନଙ୍କୁ ପଚରା ଉଚରା କରିବା ପରେ ଗଣମାଧ୍ୟମ ପ୍ରଶ୍ନରେ ଘାବରେଇ ଯାଇଥିଲେ ଡାକ୍ତର ଜିତେନ ପଟେଲ । ସେଦିନ ହସପିଟାଲକୁ ଆସିବା ବେଳେ ନବ ଜୀବିତ ଥିଲେ କି ନାହିଁ । ହେଲିକପ୍ଟରରେ ବିନା ଲାଇଫ ସପୋର୍ଟ ସିଷ୍ଟମରେ କେମିତି ଆସିଲେ ଭୁବନେଶ୍ବର। ଏ ପ୍ରଶ୍ନକୁ ନେଇ ହଡବଡେଇ ଯାଇଥିଲେ ଡାକ୍ତର ।

ଝାରସୁଗୁଡା ହସପିଟାଲରେ କ୍ରାଇମବ୍ରାଞ୍ଚର ଟିମ ଆଜି ପୂର୍ବତନ ସିଡିଏଓ ଦୋଳମଣି ପଟେଲଙ୍କ ବି ବୟାନ ରେକର୍ଡ କରିଛି । ଦୋଳମଣି ଙ୍କର ପୂର୍ବରୁ କାହିଁକି 161 ବୟାନ ରେକର୍ଡ ହୋଇ ନଥିଲା ତାକୁ ନେଇ ଉଠିଛି ପ୍ରଶ୍ନ। ନବଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ପୂର୍ବରୁ ବୟାନ ରେକର୍ଡ ନ ହେବା ତଦନ୍ତ ପ୍ରକିୟାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ ଠିଆ କରିଛି । ଏବେ ବଦଳିଛନ୍ତି ମାମଲାର ଆଇଓ। ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ ତନାଘନା କରୁଛନ୍ତି ନୂଆ ତଦନ୍ତକାରୀ ଟିମ । ସେପଟେ ଗୋପାଳ ନବଙ୍କୁ ଗୁଳି ମାରିନି ବୋଲି କହି ଘଟଣାରେ ନୂଆ ମୋଡ ଆଣିଛନ୍ତି ଗୋପାଳଙ୍କ ଓକିଲ। ଜେରା ବେଳେ ଚାପରେ ଗୋପାଳ ମାନିଥିଲେ ବି ପରେ ଗୁଳି ମାରିନି ବୋଲି କହିଥିବା ତାଙ୍କ ଓକିଲ କହିଛନ୍ତି ।


ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବା ପରେ ପୁଣି ତେଜିଛି ରାଜନୀତି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସବିଆଇ ତଦନ୍ତ ପାଇଁ ଚାପ ସୃଷ୍ଟି କରିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ବିଧାୟକ ଜୟନାରୟଣ ମିଶ୍ର। ବିଧାୟକ ପଦ୍ମଲୋଚନ ପଣ୍ଡା କହିଛନ୍ତି ବିଧାୟକ ଓ ମନ୍ତ୍ରୀ ହେବା ଆଶାରେ ପୂୂର୍ବରୁ ଚୁପ ଥିଲେ ଦୀପାଳୀ. ସେପଟେ କଂଗ୍ରେସ ଓ ବିଜେଡି ବି ସିବିଆଇ ତଦନ୍ତ ଦାବି ଦୋହରାଇଛି ।ନବ ଦାସ ହତ୍ୟାକାଣ୍ଡର 2 ବର୍ଷ ପରେ ରହସ୍ୟ ଉପରେ ପରଦା ଉଠି ନ ଥିବା ବେଳେ ଏବେ ବି ଅନେକ ଅସମାହିତ ପ୍ରଶ୍ନର ଉତ୍ତର କାହିରି ପାଖରେ ନାହିଁ । ଗୁଳିକାଣ୍ଡ ପରେ ଝାରସୁଗୁଡ଼ା ଡାକ୍ତରଖାନାରେ ପହଞ୍ଚିବା ବେଳକୁ ନବ ଦାସ ଜୀବିତ ଥିଲେ ନା ନାହିଁ ?
ଯଦି ଅବସ୍ଥା ଏତେ ସାଂଘାତିକ ଥିଲା ତେବେ ନିକଟସ୍ଥ ବୁର୍ଲା ମେଡିକାଲ ବଦଳରେ ବିନା ଏୟାର ଆମ୍ବୁଲାନସରେ କାହିଁକି ଅଣାଯାଇଥିଲା ଭୁବନେଶ୍ବର ?
ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ନବଙ୍କର ଅପରେସନ କରାଯାଇଥିବା କଥା ସତ ନା ମିଛ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦେଖିବାକୁ ଯିବା ବେଳେ କାହିଁକି ନମସ୍କାର କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ନବ ଦାସଙ୍କ ମୃତ୍ୟୁ ହୋଇସାରିଥିବା ନବୀନ ଜାଣିଥିଲେ କି ? କାହିଁକି ପୋଡ଼ି ଦିଆଯାଇଥିଲା ନବଙ୍କ ରକ୍ତ ଭିଜା ସାର୍ଟ ?କୁଆଡେ ଗଲା ନବଙ୍କ ଛାତିରେ ବାଜିଥିବା ଗୁଳି? କୁଆଡ଼େ ଗଲା ନବ ଦାସଙ୍କ ଟାୱେଲ୍ ?ECG ରିପୋର୍ଟ ଗାଏବ ହେବା ସତ ନା ମିଛ ? ନବ ଦାସଙ୍କୁ ଗୋପାଳ ଖାଲି ହତ୍ୟା କରିଥିଲା ନା ହତ୍ୟା ପଛରେ ଥିଲା ବଡ଼ ଷଡ଼ଯନ୍ତ୍ର ? ଏବେ ପ୍ରଶ୍ନ ସାନି ତଦନ୍ତରେ ଏ ସବୁର ଗୁମର ଖୋଲିବ କି ?

Sponsored
was-the-body-brought-to-bhubaneswar-by-helicopter-for-treatment-a-drama | Argus News