ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି?

ଅର୍ଗସ ବ୍ୟୁରୋ :ରାଜ୍ୟ ସରକାର କହୁଛନ୍ତି ଡୁପ୍ଲିକେଟ ଚାବି ମିଳିଛି । ଡୁପ୍ଲିକେଟ ଚାବି କାହିଁକି ତିଆରି ହେଲା ଏହାକୁ ନେଇ ପ୍ରଶ୍ନ କରିଛନ୍ତି ମୋଦି।ଡୁପ୍ଲିକେଟ ଚାବିରେ କେହି ଖୋଲୁନଥିଲା ତ କେହି । ନକଲି ଚାବିରେ ଖୋଲାଯାଇ ପ୍ରଭୁଙ୍କ ଆଭୂଷଣ ଚୋରି ହେଉଥିଲାକି । ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି ଅଧିକ ଚିନ୍ତା ଜନକର ବିଷୟ । ଏଥି ପାଇଁ ଅନେକ ଥର ରାଜ୍ୟ ସରକାର ଅନେକ ଥର କମିଶନ ବସିଇଲେ କିନ୍ତୁ କମିଶନ ରିପୋର୍ଟ ସାର୍ବଜନୀନ ହେଲାନି । ନବୀନ ବାବୁଙ୍କ ସରକାର ଏ ବିଷୟକୁ ନେଇ କାହିଁକି ଭୀତତ୍ରସ୍ତ। ରାଜ୍ୟ ସରକାର କାହା ପାପକୁ ଘୋଡ଼ାଇବାକୁ ଚେଷ୍ଟା କରୁଛନ୍ତି କି ।
ମୋଦୀ କହିଛନ୍ତି ୭୦ ବର୍ଷ ପୂର୍ବେ ଶ୍ରୀମନ୍ଦିରକୁ ସୁରୁଖୁରରେ ପରିଚାଳନା ପାଇଁ ନିୟମ ଆସିଥିଲା ।ଶ୍ରୀମନ୍ଦିରରେ ଥିବା ସୁନା, ରୂପା, ଅଳଙ୍କାର, ମୋତି ମାଣିକର ସୂଚୀ ପ୍ରସ୍ତୁତ କରି ଏହାକୁ ରେକର୍ଡ କରି ରଖାଯାଇଥିଲା ।
ଅଧିକ ପଢନ୍ତୁ କୋଟି କୋଟି ମା’ଙ୍କ ଆଶୀର୍ବାଦ ମିଳୁଛି-ମୋଦି
📱 Get Argus News App
✨ରତ୍ନଭଣ୍ଡାରର ଯାଞ୍ଚ ୪୫ ବର୍ଷ ପୂର୍ବରୁ ହୋଇଥିଲା । ସେହି ସମୟରେ ଏତେ ମାତ୍ରାରେ ମୂଲ୍ୟବାନ ରତ୍ନ, ଆଭୂଷଣ ଥିଲା ଯେ, ଏହାର ମୂଲ୍ୟାଙ୍କନ କରୁଥିବା ବ୍ୟକ୍ତି ଏହାକୁ କହିହେବନି ବୋଲି କହିଥିଲେ । କିନ୍ତୁ ରତ୍ନଭଣ୍ଡାର ୪୦ ବର୍ଷ ହେବ ଖୋଲା ହେଇନାହିଁ । ଵର୍ତ୍ତମାନ ରତ୍ନଭଣ୍ଡାରର ଚାବି ୬ ବର୍ଷ ହେବ ହଜି ଯାଇଛି । ରତ୍ନଭଣ୍ଡାରର ଚାବି ସମ୍ଭାଳିପାରିଲାନି ସରକାର, ଯେଉଁଥିପାଇଁ ଚାବି ହଜିଗଲା । କିନ୍ତୁ ଏବେ କେମିତି ସେ ରାଜ୍ୟ ଚଳାଇବେ ।