Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cuttack / ଫାଟିଲା ୱାଟକୋର ସ୍ୱରେଜ ପାଇପ ଲାଇନ୍; ଦବିଲା 30 ଫୁଟର ରାସ୍ତା 

Smruti Parija
Browse all articles by Smruti Parija
·1 year ago·2 min read
ଫାଟିଲା ୱାଟକୋର ସ୍ୱରେଜ ପାଇପ ଲାଇନ୍; ଦବିଲା 30 ଫୁଟର ରାସ୍ତା 
Cuttack

Key Points

ନୂଆପଡା ଖପୁରିଆ ଶିଳ୍ପାଞ୍ଚଳ ରାସ୍ତା ବନ୍ଦ  ନିମ୍ନମାନର କାମ ଅଞ୍ଚଳବାସୀଙ୍କ ଅଭିଯୋଗ

କଟକ: ବାଉନ ବଜାର ତେପନ ଗଳିର ସହର କଟକ ନଗର । ଐତିହ, ସଂସ୍କୃତି ଓ ପରମ୍ପରାର ଧରୋହର ଏହି କଟକ ନଗର । ହଜାର ବର୍ଷର ପୁରୁଣା ଏହି ସହରର କଥା ନିଆରା । ହେଲେ ଯେଉଁଭଳି ସ୍ଥିତି ହେଲାଣି ଏହି ସହର ଭୁଶୁଡି ପଡିବ । ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ୱାଟକୋର ମନମୁଖୀ କାର୍ଯ୍ୟ ପ୍ରମାଣ କରୁଛି । ବର୍ଷା ଦିନ ଆରମ୍ଭରେ ଏ ହେଉଛି ବଡ ବଡ ଗାଢ଼ ।

ଏ ହେଉଛି ନୂଆପଡା ଖପୁରିଆ ମୁଖ୍ୟ ରାସ୍ତା । ୱାଟକୋର ଚାମ୍ବର ଫାଟିଯିବା ଯୋଗୁଁ ଦବିଗଲା 30 ଫୁଟର ପିଚୁ ରାସ୍ତା । ସୌଭାଗ୍ୟ ବଶତଃ କାହାର କ୍ଷତି ହୋଇନାହିଁ ସତ । କିନ୍ତୁ ଶିଳ୍ପାଞ୍ଚଳର ମୁଖ୍ୟ ରାସ୍ତା ବନ୍ଦ ହୋଇଯାଇଛି । ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ ।

କାମକୁ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ୱାଟକୋ କର୍ଣ୍ଣପାତ କରିନଥିବା ବେଳେ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ କର୍ପୋରେଟର । ମାଟି ଧସି ରାସ୍ତା ଦବି ଯିବା ଘଟଣା ପରେ ଛୋଟ ଛୋଟ ଶିଳ୍ପ ପ୍ରତିଷ୍ଠାନର ଉଦ୍ୟୋଗୀମାନଙ୍କୁ ଭୟଭୀତ କରିଛି ।

ପୂର୍ବରୁ ଚୌଧୁରୀ ବଜ଼ାର, କଲ୍ୟାଣିନଗର, ରାଜେନ୍ଦ୍ର ନଗର ,ତୁଳସୀପୁର ଆଦି ଅଞ୍ଚଳରେ ମାଟି ଧସି ରାସ୍ତା ଦବି ଯିବା ଘଟଣା ସହରବାସୀଙ୍କୁ ଭୟଭୀତ କରିଥିଲା । ଆଉ ଏବେ ପୁଣି ଏତେ ବଡ଼ ରାସ୍ତା ଦବିଯିବା ୱାଟକୋର  ଗୁଣାତ୍ମକ କାର୍ଯ୍ୟକାରିତା ଦିଗ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି । ୱାଟକୋ ଅଧିକାରୀ କହିବାନୁଯାୟୀ ବର୍ଷା ଅଧିକ ଯୋଗୁଁ ଏଭଳି ଘଟଣା ଘଟିଛି । ସେପଟେ ମେୟର କହିଛନ୍ତି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ ।

ଭାଇଚାରାର ସହର କଟକ ସହର । ଆଜିର ଦିନରେ ପ୍ରତି ସାହି ଗଳିରେ ପ୍ରାୟ ସବୁ ସଂପ୍ରଦାୟର ଲୋକେ ବସବାସ କରୁଛନ୍ତି । ସମସ୍ତ ମିଳିମିଶି ନିଜ ନିଜର ପର୍ବ ପର୍ବାଣୀ ପାଳନ କରନ୍ତି । ହେଲେ ୱାଟକୋ କର୍ତ୍ତୃପକ୍ଷ ଏଭଳି ଘଟଣାକୁ ହାଲକା ଭାବେ ନେଉଥିବାରୁ ଅଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି ଯେ ନ ହେବ ସେଥିରେ ସନ୍ଦେହ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ଫାଟିଲା ୱାଟକୋର ସ୍ୱରେଜ ପାଇପ ଲାଇନ୍; ଦବିଲା 30 ଫୁଟର ରାସ୍ତା | Argus News