ଆଜିଠୁ ଲାଗୁ ହେଲା ସବୁ ସ୍କୁଲରେ ଜଳ ବିରତି ଘଣ୍ଟି କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜିଠୁ ଲାଗୁ ହେଲା ସବୁ ସ୍କୁଲରେ ଜଳ ବିରତି ଘଣ୍ଟି କାର୍ଯ୍ୟକ୍ରମ। ସକାଳ ୦୮: ୩୦ରେ ପ୍ରଥମ ଘଣ୍ଟି ବାଜି ସାରିଛି। ପୁନଶ୍ଚ ପାଣି ପିଇବା ପାଇଁ ଆଉ ୨ ଥର ବେଲ ବାଜିବ। ୧୦ ଏବଂ ୧୧ରେ। ରାଜ୍ୟରେ ବର୍ଦ୍ଧିତ ତାପମାତ୍ରାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନୂଆ ନିୟମ ହେଲା ଜାରି। ସ୍କୁଲରେ ବାଜିଲା ସ୍ୱତନ୍ତ୍ର "ଜଳ ବିରତି ଘଣ୍ଟି"। ଛାତ୍ରଛାତ୍ରୀଙ୍କୁ ପାଣି ପିଇବାର ସମୟ ମନେ ପକାଇଲା ଜଳ ବିରତି ଘଣ୍ଟି।
ଏହି ଘଣ୍ଟି ମନେ ପକାଇବ ଉଭୟ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଂକୁ ପାଣି ପିଇବାର ସମୟ। ଦୈନିକ କ୍ଲାସ ସମୟରେ ୩ ଥର ଜଳ ବିରତି ଘଣ୍ଟି ବାଜିବ। ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦିନକୁ ତିନିଥର ଅର୍ଥାତ୍ ସକାଳ ୮ ଘଟିକା ୩୦ ମିନିଟ୍, ୧୦ ଘଟିକା ଏବଂ ୧୧ ଘଟିକା ସମୟରେ ଏକ ସ୍ଵତନ୍ତ୍ର ଘଣ୍ଟି ବାଜିବ। ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ପାଣି ପିଇବା ପାଇଁ ମନେ ପକାଇବା ଓ ନିଜକୁ ହାଇଡ୍ରେଟ୍ ରଖିବା ହେଉଛି ଏହି ଘଣ୍ଟି ବାଜିବାର ମୁଖ୍ୟ ଉଦ୍ଦେଶ୍ୟ। ସମସ୍ତ ଛାତ୍ରଛାତ୍ରୀମାନେ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି କି ନାହିଁ ଏହାକୁ ଶିକ୍ଷକଶିକ୍ଷୟିତ୍ରୀମାନେ ତଦାରଖ କରିବେ। ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଅନୁରୋଧ କରାଯାଇଛି ଯେ, ନିଜ ଜିଲ୍ଲାର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କ ସହାୟତାରେ ‘ଜଳ ବିରତି ଘଣ୍ଟିକୁ ବାଧ୍ୟତାମୂଳକ କରିଛନ୍ତି।
ଅଧିକ ଦେଖନ୍ତୁ :