Videos
|
Odisha

Baleswar flood / ପୋଷ୍ଟ ଅଫିସରେ ପଶିଲା ପାଣି, ଭାସିଲା 500 ଟଙ୍କିଆ ନୋଟ୍

Smruti Parija
Browse all articles by Smruti Parija
·11 months ago·1 min read
ପୋଷ୍ଟ ଅଫିସରେ ପଶିଲା ପାଣି, ଭାସିଲା 500 ଟଙ୍କିଆ ନୋଟ୍

Key Points

ଉବୁଟୁବୁ ବାଲେଶ୍ୱର

ପୋଷ୍ଟ ଅଫିସରେ ପଶିଲା ପାଣି

ବନ୍ୟା ପାଣିରେ ଭାସିଗଲା ଲୋକଙ୍କ ଜମା ଟଙ୍କା

ଲଘୁଚାପ ବର୍ଷା ପ୍ରଭାବରେ ଉବୁଟୁବୁ ବାଲେଶ୍ୱର । ଦ୍ୱିତୀୟ ଦିନରେ ବି ନୂଆସାହି ରାସ୍ତାରେ ୧ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଏବେ ବି ନୂଆସାହି ରାସ୍ତା ରେ ୧ ଫୁଟ ଉପରେ ପାଣି ପ୍ରଭାବିତ ହେଉଛି। ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ପାଣି ପଶି ଯାଇଥିବା ବେଳେ ଏବେ ଧୀରେ ଧୀରେ ତାହା ନିଷ୍କାସିତ ହେଉଛି। କିନ୍ତୁ ଦୁର୍ଦ୍ଦଶା କମି ନାହିଁ।




ସେହିପରି ନୂଆସାହି ଉପ ଡାକଘର ମଧ୍ୟରେ ଗତ କାଲି ୩ ଫୁଟରୁ ଅଧିକ ପାଣି ପଶି ଯାଇଥିଲା। ଫଳରେ ଡାକଘରରେ ଥିବା ବହୁ ଗୁରୁତ୍ୱପୁର୍ଣ୍ଣ ଦସ୍ତାବିଜ୍ ପାଣିରେ ଓଦା ହୋଇ ନଷ୍ଟ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ପୋଷ୍ଟ ଅଫିସରେ ଗଚ୍ଛିତ ଥିବା ଲୋକଙ୍କ ଟଙ୍କା ମଧ୍ୟ ପାଣିରେ ଭିଜି ଯାଇଛି । ଫଳରେ ଆଜି ପାଣି କମିବା ପରେ ପୋଷ୍ଟ ଅଫିସ ଭିତରେ ଓଦା ଟଙ୍କା ଓ ଦସ୍ତାବିଜ୍ ଗୁଡ଼ିକୁ ଶୁଖା ଯାଇ ପୁଣି ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:




ମିଳିଥିବା ସୂଚନା ଅନୁସାରେ ପୋଷ୍ଟ ଅଫିସ ମଧ୍ୟରେ ପ୍ରାୟ ୧ ଲକ୍ଷ ୮ ହଜାର ଟଙ୍କା ଗଚ୍ଛିତ ଥିଲା । ସେଥିମଧ୍ୟରୁ ୧ ଲକ୍ଷ ଟଙ୍କା ଜନୈକ ଜମାକାରୀ ନେଇ ଥିବାବେଳେ ବାକି ଟଙ୍କା ପୋଷ୍ଟ ଅଫିସ ସାରା ମେଲାଇ ଶୁଖାଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ଗତକାଲି ବାଲେଶ୍ବରର ତେଲେଙ୍ଗାସାହି, ଭାସ୍କରଗଞ୍ଜ,ନୂଆସାହି, ଓଟି ରୋଡ ଭଳି ବିଭିନ୍ନ ସ୍ଥାନରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ।

Related Topics

Explore more stories

Baleswar flood | water-entered-in-to-post-office-peoples-savings-were-washed-away-in-the-flood-water | Argus News