Videos
|
Odisha

ଲଗାଣ ବର୍ଷାରେ ଘରେ ପଶିଲା ପାଣି: ହନ୍ତସନ୍ତ ଲୋକେ

Ritu Das
Browse all articles by Ritu Das
·1 year ago·1 min read
ଲଗାଣ ବର୍ଷାରେ ଘରେ ପଶିଲା ପାଣି: ହନ୍ତସନ୍ତ ଲୋକେ

Key Points

ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା ପଟ୍ଟାମୁଣ୍ଡାଇ

ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଆଜି ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ 11ନମ୍ବର ୱାର୍ଡରେ ବସବାସ କରୁଥିବା ବସ୍ତି ବାସୀନ୍ଦାଙ୍କ ସମସ୍ୟା ବଢ଼ି ଯାଇଛି l ଲଗାଣ ବର୍ଷା ହେବାରୁ ଘରେ ପାଣି ପଶିବା ସହିତ ଲୋକ ମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସେପଟେ ପ୍ରତିବର୍ଷ ବର୍ଷା ପାଇଁ ଏଭଳି ସମସ୍ୟା ଉପୁଜୁଥିବା କହିଛନ୍ତି ସ୍ଥାନୀୟ ବାସୀନ୍ଦା। ଡ୍ରେନେଜର ସମସ୍ୟା ପାଇଁ ଜଳ ନିଷ୍କାସନ ହେଉ ନ ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ପାଣିପାଗ ବିଶେଷଜ୍ଞ ଆକଳନ ଅନୁଯାୟୀ ଆହୁରି 3ଦିନ ବର୍ଷା ଲାଗି ରହିବ ସେଥିପାଇଁ ସମସ୍ୟା ଆହୁରି ଜଟିଳ ହେବାର ସମ୍ଭାବନା ରହିଛିl ସେଥିପାଇଁ ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଦା।


ସେପଟେ ପୌର କାର୍ଯ୍ୟାଳୟ ତରଫରୁ ଜଳ ନିଷ୍କାସନ ପାଇଁ ଅଗ୍ନିଶମ ବାହିନୀର ସହାୟତା ନିଆଯାଇଥିବା ବେଳେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ। ଅନ୍ୟପଟେ ବେଆଇନ ଜବର ଦଖଲ କରିବା ଓ ପାଣି ବାଟକୁ ବନ୍ଦ କରି ମାଡି ବସିବା ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବାରୁ ଖୁବ ଶୀଘ୍ର ବେଆଇନ ଜବରଦଖଲ ଉଚ୍ଛେଦ କରାଯିବ ବୋଲି କହିଛନ୍ତି ପୌର ଅଧିକାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
water-entered-the-house-during-heavy-rain-people-are-worried | Argus News