Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଟକରେ ତାଣ୍ଡବ ରଚିଲା କାଳବୈଶାଖୀ

Smruti Parija
Browse all articles by Smruti Parija
·1 year ago·1 min read
କଟକରେ ତାଣ୍ଡବ ରଚିଲା କାଳବୈଶାଖୀ

କାଳବୈଶାଖୀ ପ୍ରଭାବରେ କଟକ ସହରରେ ବାଦଲ ଫଟା ବର୍ଷା । ଘଡଘଡି, ବିଜୁଳି ସହ ଲଗାଣ ବର୍ଷାରେ ବେହାଲ ହୋଇଗଲା ସିଲଭର ସିଟି । ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି । ହେଲେ ନାକେଦମ୍ ହୋଇଗଲେ ସହରବାସୀ । ଲଗାଣ ବର୍ଷା ଯୋଗୁଁ ସହରର ତଳିଆ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକଙ୍କ ଘରେ ନର୍ଦ୍ଦମା ପାଣି ପ୍ରବେଶ କରିଛି । ଘରୁ ବାହାରିବା ଏକଦମ ମୁସକିଲ ହୋଇ ପଡିଛି ।


ଟ୍ଵିନ୍ ସିଟିରେ କାଳବୈଶାଖୀ ବର୍ଷା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେବଳ ଏତିକି ନୁହେଁ ଏହି ଲଗାଣ ବର୍ଷାରୁ ବର୍ତ୍ତି ପାରିଲା ନାହିଁ କଟକର ଅଧିଷ୍ଠାତ୍ରୀ ଦେବୀ ମା' କଟକ ଚଣ୍ଡୀଙ୍କ ମନ୍ଦିର । କାଳବୈଶାଖୀ ପ୍ରଭାବରେ ହୋଇଥିବା ଏହି ଲଗାଣ ବର୍ଷା ଯୋଗୁଁ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣ ମଧ୍ୟ ଜଳମଗ୍ନ ହୋଇଯାଇଛି । ଜଳ ନିଷ୍କାସନ ନହେବା ଯୋଗୁଁ ଜଳବନ୍ଦୀ ଘେର ମଧ୍ୟରେ ରହି ଯାଇଛି କଟକ ଚଣ୍ଡୀ ମନ୍ଦିର । କେବଳ ଏତିକି ନୁହେଁ ଲାଲବନ ସାହି, ରୋଭର ଷ୍ଟ୍ରିଟ, ଓଡ଼ିଆ ବଜାର, ପଟାପୋଲ, କେଶରପୁର, ସାଆନ୍ତ ସାହି, ରକ୍ସି ଲେନ୍ ଭଳି ଅନେକ ତଳିଆ ଅଞ୍ଚଳ ଜଳବନ୍ଦୀ ଘେରରେ ରହିଛି ।

Sponsored
water-enters-inside-chandi-mandir-cuttack | Argus News