Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାଲିଆପାଳର ୩୦ରୁ ଅଧିକ ଗାଁରେ ପଶିଛି ପାଣି

Banajyotshna Ray
Browse all articles by Banajyotshna Ray
·10 months ago·1 min read
ବାଲିଆପାଳର ୩୦ରୁ ଅଧିକ ଗାଁରେ ପଶିଛି ପାଣି

Key Points

ବାଲେଶ୍ବରରେ କଲବଲ କରିଛି ସୁବର୍ଣ୍ଣରେଖା
ଜଳେଶ୍ଵରର ୫୦ରୁ ଅଧିକ ଗାଁ ପାଣି ଘେରରେ
ବାଲିଆପାଳର ୩୦ରୁ ଅଧିକ ଗାଁରେ ପଶିଛି ପାଣି

କମୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବିପଦ ସଂକେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ରାଜଘାଟଠାରେ ବିପଦ ସଂକେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ଜଳସ୍ତର ୯. ୮୪ ମିଟରରେ ପ୍ରବାହିତ ହେଉଛି । ହେଲେ ଏବେ ବି ଜଳେଶ୍ଵର ବ୍ଲକର ୫୦ରୁ ଅଧିକ ଗାଁ ପାଣି ଘେରରେ । ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର, ମଧୁପୁରା, ଜାମକୁଣ୍ଡା ପ୍ରଭୃତି ପଞ୍ଚାୟତର ୩୦ରୁ ଅଧିକ ଗାଁ ଏବଂ ବସ୍ତା ବ୍ଲକର ନାବରା, ସିଂଲା, ପୁଟୁରା, କାଦରାୟାଁ, ରଘୁନାଥପୁର, ଚୋରମାରା ପଞ୍ଚାୟତର ଅନେକ ଗାଁ ପାଣି ଘେରରେ ରହିଛି ।


ବାଲିଆପାଳ ବ୍ଲକରେ ଓଡ୍ରାଫର ଦୁଇଟି ଟିମ୍, ଅଗ୍ନିଶମ ବାହିନୀର ଦୁଇଟି ଟିମ୍, ଏବଂ ୧୦ ଟି ମଟର ଚାଳିତ ଡ଼ଙ୍ଗା ନିୟୋଜିତ କରାଯାଇଛି । ଜଳବନ୍ଦୀରେ ରହିଥିବା ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଗତ କିଛି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଲାଗିରହିଛି।  ଯାହାର ପ୍ରଭାବରେ ଅନେକ ସ୍ଥାନରେ ଜଳମଗ୍ନ ଲୋକେ। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water has entered more than 30 villages in Baliapal || Argus News | Argus News