Videos
|
Odisha

କମିଛି ପାଣି କିନ୍ତୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା

Rashmita Mishra
Browse all articles by Rashmita Mishra
·1 year ago·1 min read
କମିଛି ପାଣି କିନ୍ତୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା

Key Points

କେନ୍ଦ୍ରାପଡ଼ାରେ କମିଛି ପାଣି କିନ୍ତୁ ବଢିଛି ଲୋକଙ୍କ ଦୁର୍ଦ୍ଦଶା
୬ ଦିନ ହେଲା ଚାଷ ଜମିରେ ପାଣି ଜମି ରହିଥିବାରୁ ତଳି ନଷ୍ଟ
ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି, ଜଳମଗ୍ନ ଶତାଧିକ ପରିବାର
ବୁଡି ରହିଛି ନଳକୂପ, ବନ୍ୟା ପାଣି ଫୁଟାଇ ପିଉଛନ୍ତି ଲୋକେ

ବ୍ରାହ୍ମଣୀ ନଦୀରେ ଜଳସ୍ତର କମିଛି । ହେଲେ ଏବେ ବି ପାଣି ଘେରରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳ । କେଉଁଠି ଘର ଚାରିପାଖେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି ।. ଆଉ କେଉଁଠି ବନ୍ୟା ପାଣିରେ ଘର ଦବି ଯାଇଛି ତ କାନ୍ଥ ଭାଙ୍ଗି ଯାଇଛି । କାଦୁଅକୁ ସାଉଁଣ୍ଟି ସାଉଁଣ୍ଟି ଉଜୁଡି ଯାଇଥିବା ଘରକୁ ସଜାଡୁଛନ୍ତି ଗ୍ରାମବାସୀ ।ଏକର ଏକର ଚାଷ ଜମି, ବିଲ ବାଡି ପାଣିରେ ବୁଡି ରହିଛି । ଖାଲି ସେତିକି ନୁହେଁ ଗାଁ ମୁହଁ ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି ।

ବନ୍ୟା ଯୋଗୁଁ ଜିଲ୍ଲାରେ ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ବ୍ଲକର ଅନେକ ପଞ୍ଚାୟତ ପ୍ରଭାବିତ ହୋଇଛି । ଲୋକେ ବନ୍ୟା ପାଣି ଫୁଟାଇ ପିଉଥିବାବେଳେ ଅନେକଙ୍କ ଚୁଲି ଜଳିନି l ସେପଟେ ପଟ୍ଟାମୁଣ୍ଡାଇ ବିଡିଓ କହିଛନ୍ତି- ଗୋମାତାଙ୍କ ପାଇଁ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । କ୍ଷୟକ୍ଷତି ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଛି । ବନ୍ୟା ସିନା ଛାଡିଗଲା ହେଲେ ଲୋକଙ୍କ ଅସୁବିଧା ବଢିଗଲା l ସରକାରୀ ସହାୟତା ଅପେକ୍ଷାରେ ବନ୍ୟା ପ୍ରପୀଡ଼ିତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
water-is-decreasing-but-peoples-misery-is-increasing | Argus News