Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଉପାନ୍ତ ନାନ୍ଦୋଲ ୟୁପି ସ୍କୁଲରେ ଅବ୍ୟବସ୍ଥା, ଛାତରୁ ଗଳୁଛି ପାଣି

Odisha

ଉପାନ୍ତ ନାନ୍ଦୋଲ ୟୁପି ସ୍କୁଲରେ ଅବ୍ୟବସ୍ଥା, ଛାତରୁ ଗଳୁଛି ପାଣି

Manini Pattanayak
Browse all articles by Manini Pattanayak
·1 year ago·2 min read
ଉପାନ୍ତ ନାନ୍ଦୋଲ ୟୁପି ସ୍କୁଲରେ ଅବ୍ୟବସ୍ଥା, ଛାତରୁ ଗଳୁଛି ପାଣି

ବଲାଙ୍ଗିର: ଉପାନ୍ତ ନାନ୍ଦୋଲ ୟୁପି ସ୍କୁଲରେ ଅବ୍ୟବସ୍ଥା। ଦୁଇ ଶ୍ରେଣୀ ଗୃହର ଛାତରୁ ଗଳୁଛି ପାଣି। ଅନ୍ୟ ଦୁଇ ଶ୍ରେଣୀ ଗୃହ ଅସମ୍ପୂର୍ଣ୍ଣ- ଏବେ ବାରଣ୍ଡାରେ ଚାଲିଛି ପାଠପଢା। ସ୍କୁଲ ଅଛି କୋଠା ବି ନିର୍ମାଣ ହୋଇଛି ହେଲେ ୨ ଟି କୋଠାରୁ ପାଣି ଗଳୁଛି ଓ ଅନ୍ୟ ୨ଟି କୋଠରୀ ଏବେ ବି ଅଧପନ୍ତରିଆ ହୋଇଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି ବଲାଙ୍ଗୀର ଜିଲ୍ଲାର ଉପାନ୍ତ ଇଲାକା ରେ ଥିବା ନାନ୍ଦୋଲ ଗାଁରେ ଥିବା ସ୍କୁଲରେ। ଏ ନେଇ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ଦେଖିବା ଏହି ରିପୋର୍ଟ।  ଅବହେଳିତ ବିଦ୍ୟାଳୟ , ନା ଅଛି ଭିତ୍ତିଭୂମି ନା ଅଛନ୍ତି ଶିକ୍ଷକ । ଅସୁରକ୍ଷିତ ଶ୍ରେଣୀଗୃହରେ ଅବହେଳିତ ଅବସ୍ଥାରେ ଶିକ୍ଷା ଗ୍ରହଣ କରୁଛନ୍ତି ୪୧ ଛାତ୍ରଛାତ୍ରୀ।  ବଲାଙ୍ଗୀର ତୁରେକେଲା ବ୍ଲକ ମହଖଣ୍ଡ ପଞ୍ଚାୟତ ନାନ୍ଦୋଲ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥା ରେ । ୧୯୭୨ ମସିହା ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ମୋଟ ୪୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।  ସ୍କୁଲରେ ୨ ଟି ଶ୍ରେଣୀ ଗୃହ ଥିବା ବେଳେ ଅନ୍ୟ ଦୁଇଟି ଅଧପନ୍ତରିଆ ହୋଇ ରହିଛି।

ଏହି ଦୁଇ ବ୍ୟବହାର ହେଉଥିବା ଶ୍ରେଣୀ ଗୃହରେ ବଡବଡ ଫାଟ ସୃଷ୍ଟି ହୋଇଛି। ଏହି ଫାଟରୁ ବର୍ଷା ଦିନରେ ପାଣି ଝରୁଛି। ଫଳରେ ଛାତ୍ରଛାତ୍ରୀ ଏକ ଅଧପନ୍ତରିଆ ଶ୍ରେଣୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି।  ବିଦ୍ୟାଳୟର ରୋଷେଇ ଘର କଥା ନ କହିବା ଭଲ । ରୋଷେଇ ଘର ଛାତରୁ ପାଣି ଝରୁଥିବାରୁ ରୋଷେଇ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ସ୍କୁଲରେ ପାଚେରୀ ନଥିବାରୁ ସ୍କୁଲ ପରିସର ପାଲଟିଛି ଗାଈଗୋରୁଙ୍କ ଆଡ୍ଡାସ୍ଥଳି। ୨୦୦୮ ମସିହାରେ ଏକ ଶ୍ରେଣୀ ଗୃହ ନିର୍ମାଣ ହୋଇଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ହୋଇନି। ପୁଣି ୨୦୧୧ରେ ଅନ୍ୟ ଏକ ସ୍କୁଲ ଘର ପାଇଁ ନିର୍ମାଣ ହେଲା। ତାହା ମଧ୍ୟ ଅଧପନ୍ତରିଆ ହୋଇ ରହିଗଲା। ଏନେଇ ଶିକ୍ଷା ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।  ବିଦ୍ୟାଳୟ ଭିତ୍ତିଭୂମି ସୁଦୃଢ ପାଇଁ ବିଭିନନ୍ ଯୋଜନା ହେଉଥିବା ବେଳେ ନାନ୍ଦୋଲ ସରକାରୀ ପ୍ରାଥମିକ ବିଦ୍ୟାଳୟ ଆଜିବି ଅବହେଳିତ। ବିଭିନ୍ନ ଯୋଜନାରେ ବିଦ୍ୟାଳୟର ଉନ୍ନତୀ ପାଇଁ ଅର୍ଥ ମଞ୍ଜୁର କରୁଥିବା ବେଳେ ଏହି ଅର୍ଥର ସୁଦୁପଯୋଗ ହୋଇ ପାରୁନି। 
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water is flowing from the roof of the two-storey house. | Argus News