Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heavy Rain / ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର

Smruti Parija
Browse all articles by Smruti Parija
·9 months ago·2 min read
ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର

Key Points

ବୁଡ଼ିବ ଅଧା ଓଡ଼ିଶା !

ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର

ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

ମହାନଦୀରେ ଚତୁର୍ଥ ବନ୍ୟା ଜଳ ଆସିବା ଫଳରେ ଜଳମଗ୍ନ ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ପୀଠ। ମନ୍ଦିର ବେଢାରେ ଲହଡି ମାରୁଛି ପାଣି । ୟା ଭିତରେ ନବରାତ୍ରର ପଞ୍ଚମ ଦିନରେ ଜାରି ରହିଛି ମାଆଙ୍କ ପୂଜାର୍ଚ୍ଚନା । ସେପଟେ ହୀରାକୁଦ ଜଳଭଣ୍ଡାରରେ ବଢୁଛି ଜଳସ୍ତର । ୨୦ଟି ଗେଟରେ ଜାରି ରହିଛି ଜଳ ନିଷ୍କାସନ । ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଛି ବନ୍ୟା ଜଳ । ଏବେ କୌଣସି ସ୍ଥାନରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉନାହିଁ । ଭୟଭୀତ ହେବାର କୌଣସି କାରଣ ନାହିଁ । ମୁଣ୍ଡଳୀରେ ଜଳସ୍ତର ବଢିବା କାରଣରୁ କିଛି ତଳିଆ ଅଞ୍ଚଳ ବା ଶାଖା ନଦୀ ଯଥା କାଠଯୋଡି, ବିରୂପା, କୁଶଭଦ୍ର, କୁଆଖାଇ, ଦୟା, ଭାର୍ଗବୀ, କଂଦଳ ଆଦି ଶାଖା ନଦୀରେ ଜଳ ସ୍ତର ବୃଦ୍ଧି ପାଇବ । ସେଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।



ଆହୁରି ପଢନ୍ତୁ ଅକ୍ଟୋବର ୧ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା; ରେଡ୍ ଆଲର୍ଟ ପରେ ବ୍ରହ୍ମପୁରରେ ୩ ମନ୍ତ୍ରୀଙ୍କ ଡେରା


ଦୁର୍ଗାପୂଜାରେ ପଛକୁ ପଛକୁ ଲଘୁଚାପ । ପୁରା ପାଣିଚିଆ ହେବ ହେବ ପୂଜା ମାହୋଲ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆଗାମୀ ୪୮ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଆଗାମୀ ୩ ଦିନ ବର୍ଷା ସହ ପବନ ଓ ବିଜୁଳି ଘଡ଼ଘଡ଼ି, ଝଟକା ପବନ ମଧ୍ୟ ବହିବ । ୨୪ ଘଣ୍ଟା ପାଇଁ କୋରାପୁଟ, ମାଲକାନଗିରି ଏବଂ କଳାହାଣ୍ଡିରେ ଅତ୍ୟନ୍ତ ପ୍ରବଳ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର , ରାୟଗଡ଼ା, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗସିଂହପୁର, କଟକ, ଢେଙ୍କାନାଳ, କେନ୍ଦ୍ରାପଡ଼ାରେ ଅତି ପ୍ରବଳ ବର୍ଷାରୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ୨୭ ତାରିଖ ପାଇଁ ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି ଓ ନୂଆପଡ଼ାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧ ତାରିଖ ବେଳକୁ ଆଉ ଗୋଟେ ଲଘୁଚାପ ସୃଷ୍ଟି ସହ ବର୍ଷାର ପରିମାଣ ବଢିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଝାରସୁଗୁଡ଼ାରୁ ବର୍ଷା ଓ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଧନଜୀବନ ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ରାଜସ୍ବ ବିଭାଗ ପ୍ରସ୍ତୁତ ରହିଛି । ରାଜ୍ୟର ୩ ମନ୍ତ୍ରୀ ବ୍ରହ୍ମପୁରରେ ଅଛନ୍ତି । ବର୍ଷା ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ରାଜସ୍ବ ବିଭାଗ ବରିଷ୍ଠ ଅଧିକାରୀ ଅଛନ୍ତି । ରାଜସ୍ବ ମନ୍ତ୍ରୀ ଓ SRC ବି ସ୍ଥିତି ଉପରେ ପୁରା ନଜର ରଖିଛନ୍ତି ।


ଆହୁରି ପଢନ୍ତୁ ଘନୀଭୂତ ହେଲା ଲଘୁଚାପ, ୨୮ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା


ମାଲକାନଗିରିକୁ ରେଡ୍ ଆଲର୍ଟ ଜାରି ହୋଇଥିବା ବେଳେ, ଜିଲ୍ଲାରେ ଆଜି ସମସ୍ତ ସ୍କୁଲ ଛୁଟି ରହିଛି । ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ତହସିଲ ଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି । ଏହାସହ ନଦୀ ନାଳକୁ ନ ଯିବା ପାଇଁ ପ୍ରଶାସନ ଲୋକଙ୍କୁ ବାରଣ କରିବା ସହ 326 ନମ୍ବର ଜାତୀୟ ରାଜପଥ ଉପରେ ଥିବା ଖାଲୁଆ ବ୍ରିଜ ଉପରେ ପୋଲିସ କଡ଼ା ନଜର ରଖିଛି ।

Related Topics

Explore more stories

Sponsored
Heavy Rain | water-level-is-rising-in-hirakud-reservoir-water-discharge-continues-at-20-gates | Argus News