ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

Key Points
ସୁବର୍ଣ୍ଣରେଖା, ବୈତରଣୀରେ ପାଣି କମିଛି
ତଳିଆ ଅଂଚଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି
ଯାଜପୁର କାଣୀ ନଦୀରେ ସୃଷ୍ଟି ହୋଇଛି ଏ ବିଶାଳ ଘାଇ
୧୫ଟି ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ
ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର । ବନ୍ୟା ପାଣି କମିଛି । ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଏବେ ବି ଶତାଧିକ ଗାଁ ପାଣି ଘେରରେ । ଚାଷ ଜମି ରେ ଲହଡି ମାରୁଛି ବନ୍ୟା ପାଣି । ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏ ଦୃଶ୍ୟ ହେଉଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକର କୁଦମାନସିଂ ଗାଁର। ଗାଁ ଦାଣ୍ଡରେ ପାଦେ ପାଦେ ପାଣି ଥିବା ବେଳେ ଲୋକ ଙ୍କ ଘର ଅବସ୍ଥା ସଙ୍ଗୀନ । ବନ୍ୟା ଜଳ ଛାଡ଼ି ଯିବାର ୫ ଦିନ ପରେ ନିଜ ଘରକୁ ଫେରିବା ପରେ ଆଖିରେ ଲୁହ ଭରି ଯାଉଛି। କିଏ ନିଜ ରୋଷେଇ ଘର ଚୁଲି ସଜାଡୁଛି ତୋ ଆଉ କିଏ ଗୁହାଳ ଘର ତିଆରି କରିବାରେ ଲାଗି ପଡ଼ିଛି ।
ରାସ୍ତା ଉପରେ ଏବେବି ୨ ରୁ ୩ ଫୁଟ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ପରିବା ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ । ବାଲିଆପାଳ ବ୍ଲକ ର 8ଟି ପଞ୍ଚାୟତର 4୦ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଜଳେଶ୍ବର ବ୍ଲକ ର 6 ଟି ପଞ୍ଚାୟତ ର 30 ଗାଁ ଏବଂ ଭୋଗରାଇ ବ୍ଲକ ର 9 ଟି ପଞ୍ଚାୟତ ର 50 ରୁ ଅଧିକ ଗାଁରେ ବନ୍ୟା ପାଣି ପ୍ରବେଶ କରିଥିଲା । ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡିବାକୁ 3 ରୁ 4 ଦିନ ସମୟ ଲାଗିବ । କିଛି ଦିନ ପୂର୍ବରୁ ରୂଆ ଯାଇଥିବା ଧାନ ତଳି ପଚି ନଷ୍ଟ ହୋଇଯିବା ଆଶଙ୍କା କରିଛନ୍ତି ଚାଷୀ ।
📱 Get Argus News App
✨ବୈତରଣୀରେ କମିବାରେ ଲାଗିଛି ବନ୍ୟା ପାଣି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଧୀରେ ଧୀରେ ପାଣି ଛାଡିବାରେ ଲାଗିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ପାଣି ଜମି ରହିଛି । ସେହିପରି ଚାନ୍ଦବାଲିରେ ବ୍ଲକର ୪ ପଞ୍ଚାୟତରେ ବନ୍ୟାରେ ୨୦ ଗାଁ ପ୍ରଭାବିତ । ଏବେ ବି ଅନେକ ରାସ୍ତାରେ ବନ୍ୟାପାଣି ପ୍ରଵାହିତ ହେଉଛି । ଲୋକମାନେ ପାଣିରେ ପଶି ଯାତାୟାତ କରୁଛନ୍ତି । ୬ଦିନ ହେଲା ଶହଶହ ଏକର ଚାଷଜମି ଜଳମଗ୍ନ । ବେଶି ପ୍ରଭାଵିତ ହୋଇଛନ୍ତି ଗୃହପାଳିତ ପଶୁ । ଦୀର୍ଘ ୬ ଦିନ ଧରି ଗାଁ ଦାଣ୍ଡ ଓ ନଦୀଵନ୍ଧରେ ଆଶ୍ରୟ ନେଇଛନ୍ତି । ସେହିପରି ତିହିଡି ବ୍ଲକ ଶାମ ସୁନ୍ଦରପୁର, ବୁଡକ ପଞ୍ଚାୟତରେ ବ୍ୟାନ ପାଣି ଏବେବି ଚାଷ ଜମିରେ ଅଛି । ଚାନ୍ଦବାଲି ବ୍ଲକର ଆରଡ଼ି, ନାନ୍ଦପୁର, ସ୍ଵନ୍ଦରପୁର ଓ ଓଲଗ ପଞ୍ଚାୟତ ର ତଳିଆ ଅଞ୍ଚଳ ରେ ପାଣିଜମି ରହିଛି । ହଜାର ହଜାର ହେକ୍ଟର ଚାଷ ଜମିରେ ଲହଡି ମାରୁଛି ବନ୍ୟା ପାଣି।
ଯାଜପୁର କାଣୀ ନଦୀରେ ସୃଷ୍ଟି ହୋଇଛି ଏ ବିଶାଳ ଘାଇ । ଏହି ଘାଇ ଦେଇ ପଶିଥିବା ବନ୍ୟା ପାଣି ଦଶରଥପୁର ବ୍ଲକ ଅହିୟାସ ପଞ୍ଚାୟତ ପୁରୁଣା ସାହିରେ କେମିତି ବିନାଶ ଲୀଳା ଖେଳାଇଛି। ବିଞ୍ଝାରପୁରରେ କାଣୀ ନଦୀରେ ଘାଇ ଫଳରେ ୧୫ଟି ପଞ୍ଚାୟତର ୨୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଅହିୟାସ, ମଲିକାପୁର, କଷ୍ପା, କାଟିଆ, ମଙ୍ଗଳପୁର, କୟା ଭଳି ଅନେକ ପଞ୍ଚାୟତ ଏବେ ବି ପାଣି ଘେରରେ ରହିଛି । ପାଣି ଛାଡୁ ଛାଡୁ ଏବେ ଅଣ୍ଟା ସଳଖିବାକୁ ଚେଷ୍ଟା କରୁଛନ୍ତି ବନ୍ୟା ପୀଡିତା। ଏ ଦୃଶ୍ୟ ହେଉଛି ସେହି କଷ୍ପା ଆଉ ଅହିୟାସ ପୁରୁଣା ସାହି ଗାଁର। ନିଜ ଆସବାସ ପତ୍ରକୁ ସଜାଡ଼ିବା ପାଇଁ ସମସ୍ତେ ଲାଗି ପଡିଛନ୍ତି।