ସୁବର୍ଣ୍ଣରେଖାରେ ବଢିଲା ଜଳସ୍ତର , ବାଲେଶ୍ଵରରେ ବନ୍ୟା ସ୍ଥିତି

Key Points
ବାଲେଶ୍ବରରେ ବନ୍ୟା ସ୍ଥିତି
ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା
ସୁବର୍ଣ୍ଣରେଖା ନଦୀରେ ଆସିଲା ବର୍ଷର ପ୍ରଥମ ବନ୍ୟାଜଳ
ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି
ଲଘୁଚାପ ପ୍ରଭାବରେ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବି ପ୍ରବଳ ବର୍ଷା ହେଉଛି। ଫଳରେ ଏଠାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀରେ ଆସିଛି ବର୍ଷର ପ୍ରଥମ ବନ୍ୟାଜଳ। ଗାଲୁଡିହ ବ୍ୟାରେଜରୁ ୨ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛଡ଼ାଯାଇଥିବାରୁ ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜଳେଶ୍ୱର, ଭୋଗରାଇ ଓ ବସ୍ତା ଅଞ୍ଚଳରେ ପ୍ରାୟ ୪୦ଟି ଗାଁରେ ବନ୍ୟା ଜଳ ପ୍ରବେଶ କରିଛି। ।
ଅଚାନକ ଆସିଥିବା ବନ୍ୟା ପାଣି ଚାଷୀଙ୍କ ଫସଲ ନଷ୍ଟ କରିଦେଇଛି । ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପି, ରାସଗୋବିନ୍ଦପୁର ତହସିଲଦାର ପ୍ରମୁଖ ଜଳେଶ୍ୱର ରାଜଘାଟରେ ପହଞ୍ଚି ନଦୀର ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲେ । ଜଳ ସେଚନ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି। ଅନ୍ୟପଟେ ରାଜ୍ୟରେ ଡାଇରିଆ ସଂକ୍ରମଣ ଦୃଷ୍ଟିରୁ ବାଲେଶ୍ବରରେ ବନ୍ୟା ସ୍ଥିତି ବଡ଼ ଚାଲେଞ୍ଜ ସୃଷ୍ଟି କରିପାରେ । ତେଣୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ , ସାପ କାମୁଡ଼ା ପାଇଁ ବନ୍ୟା ଅଞ୍ଚଳରେ ASV ମହଜୁଦ ରହିଛି।
📱 Get Argus News App
✨ସେପଟେ ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ଯୋଗୁ ଜିଲ୍ଲାରେ ସମସ୍ତ ଅଫିସରଙ୍କ ଛୁଟି ବାତିଲ । ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ବାଲେଶ୍ବର ଜିଲ୍ଲାରେ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି । ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ।