ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର 70ରୁ ଅଧିକ ଗାଁ ଜଳବନ୍ଦୀ

Key Points
ଉଚ୍ଛୁଳିଲା ସୁବର୍ଣ୍ଣରେଖା, ଉତ୍ତର ବାଲେଶ୍ବରରେ ବନ୍ୟା ସ୍ଥିତି
ଜଳେଶ୍ୱର, ଭୋଗରାଇ ଓ ବାଲିଆପାଳର 70ରୁ ଅଧିକ ଗାଁ ଜଳବନ୍ଦୀ
ଶହ ଶହ ଏକର ଚାଷ ଜମିରେ ପଶିଲା ପାଣି
ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ
ଜିଲ୍ଲାପାଳ କହିଲେ, ବର୍ଷା କମିଥିବାରୁ କାଲି ସୁଦ୍ଧା କମିଯିବ ଜଳସ୍ତର, ସୁଧୁରିବ ସ୍ଥିତି
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କୂଳ ଲଂଘିଲା ସୁବର୍ଣ୍ଣରେଖା । ନଦୀରେ ବନ୍ୟା ପାଣି ଆସି ଉତ୍ତର ବାଲେଶ୍ବରର ଅଧିକାଂଶ ସ୍ଥାନକୁ ପ୍ରଭାବିତ କରିଛି । ୪ବ୍ଲକ୍ ଜଳେଶ୍ବର, ଭୋଗରାଇ, ବାଲିଆପାଳ ଓ ବସ୍ତାର ୧୫ ପଞ୍ଚାୟତର ୭୦ ଗାଁରେ ବନ୍ୟା ପାଣି ପଶିଛି । ସବୁଠାରୁ ବେଶୀ ପ୍ରଭାବିତ ହୋଇଛି ଭୋଗରାଇ ବ୍ଲକ୍ । ଏଠାକାର ଦହମୁଣ୍ଡା, ଆରୁହାବୃତ୍ତି, ମନୁ ନଗର ଭଳି ୧୦ଟି ପଞ୍ଚାୟତର ୫୦ ଗାଁରେ ବନ୍ୟା ପାଣି ପ୍ରବେଶ କରିଛି। ବାଲିଆପାଳ ବ୍ଲକର ୪ ପଞ୍ଚାୟତର ୨ ହଜାର ପରିବାର ପ୍ରଭାବିତ ହୋଇଛନ୍ତି ।
ଜନବସତି ଜଳମଗ୍ନ ହୋଇଥିବାବେଳେ ବନ୍ୟା ପାଣି ପଶି ହଜାର ହଜାର ଏକର ଚାଷ ଜମିରେ ଫସଲ ପ୍ରଭାବିତ ହୋଇଛି। ଯାହାକୁ ନେଇ ବଢ଼ିଛି ଚାଷୀଙ୍କ ଚିନ୍ତା।
📱 Get Argus News App
✨ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ 13.36 ମିଟର ଥିବାବେଳେ ଶୁକ୍ରବାର ଏହା ଉପରେ ପ୍ରବାହିତ ହେଉଥିଲା। କିନ୍ତୁ ବର୍ଷା କମିଥିବାରୁ ଜଳ ସ୍ତର ଖସିଛି । ଶନିବାର ଅପରାହ୍ନରେ ସୁବର୍ଣ୍ଣରେଖା ୧୦.୯୬ ମିଟରରେ ପ୍ରବାହିତ ହେଉଥିଲା । ବାଲେଶ୍ବର ଜିଲ୍ଲାପାଳ କହିଛନ୍ତି ଭୟ ଭୀତ ହେବାର ଆବଶ୍ୟକତା ନାହିଁ । ଜଳସ୍ତର କମିଛି, ଆସନ୍ତା କାଲି ସୁଧା ବନ୍ୟା ଜଳ କମିବ । ପ୍ରଶାସନ ଆବଶ୍ୟକ ଅନୁସାରେ ପଦକ୍ଷପ ନେବ।
ସୁବର୍ଣ୍ଣରେଖାରେ ଜଳସ୍ତର ବୃଦ୍ଧି ଯୋଗୁ ଜିଲ୍ଲାରେ ସମସ୍ତ ଅଫିସରଙ୍କ ଛୁଟି ବାତିଲ । ବିନା ନିର୍ଦ୍ଦେଶରେ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ବାଲେଶ୍ବର ଜିଲ୍ଲାରେ ଜଳେଶ୍ବର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକରେ ସମ୍ଭାବ୍ୟ ବନ୍ୟା ଆଶଙ୍କା ଦେଖାଦେଇଛି । ୪ଟି ବ୍ଲକର ସମସ୍ତ ଅଫିସରଙ୍କୁ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆବଶ୍ୟକ ସ୍ଥଳେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବା, ଅତ୍ୟାବଶ୍ୟକ ମେଡିସିନ ମହଜୁଦ ରଖିବା, ଶୁଖିଲା ଖାଦ୍ୟ ପଦାର୍ଥ ମହଜୁଦ ରଖିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ।