ପାଣି ପାଇଁ ଲୋକେ ଡହଳବିକଳ

ଦେଓଗଡ: ଗାଁରେ ଅପହଞ୍ଚ ବସୁଧା। ଶୋଷ ମେଣ୍ଟାଉଛି ଗଭୀର ନଳକୂପର ଗୋଳିଆ ପାଣି। ଏଥିପାଇଁବି କରିବାକୁ ପଡୁଛି ଅପେକ୍ଷା। ଦୁଇ ବାଲ୍ଟି ବାହାରିଲେ ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡୁଛି । ନଳକୂପରୁ ବାହାରୁ ଥିବା ପାଣି କିଛି ସମୟ ପରେ ରଙ୍ଗବଦଳିଯାଉଛି। ଏହେଉଛି ଦେବଗଡ ରିଆମାଳ ବ୍ଲକ ପରା ପଞ୍ଚାୟତର ଆମ୍ବଚୁଆ ଗାଁ । ପାହାଡ଼ ଘେରା ଏହି ଗାଁରେ 30ଘର ଆଦିବାସୀ ପରିବାର ବସବାସ କରୁଛନ୍ତି। ଯେଉଁ ମାନଙ୍କ ପାଇଁ ସମସ୍ୟା ନିତିଦିନିଆ କଥା। ଗ୍ରୀଷ୍ମଋତୁ ଆରମ୍ଭରୁ ଏଠି ଦେଖାଦେଲାଣି ଜଳ ସଙ୍କଟ। ଘରେଘରେ ଷ୍ଟାଣ୍ଡପଏଣ୍ଟ ଲାଗିଛି , ବିଛା ହୋଇଛି ପାଇପ୍ , କିନ୍ତୁ ଆସୁନି ପାଣି। ପାଣି ଟିକେ ପାଇବାକୁ ଦୂରକୁ ଯିବାକୁ ପଡ଼ୁଛି। ତେହା ପୁଣି ପିଇବା ଉପଯୋଗୀ ନୁହେଁ ମାତ୍ର ପାଣି ନଥିବାରୁ ଏହାକୁ ପିଇ ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ।
ଗାଆଁକୁ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ଭଲ ରାସ୍ତା ଟିଏ । 5କିଲୋମିଟର ପାହାଡିଆ ଜଙ୍ଗଲ ରାସ୍ତା ଦେଇ ଗଲେ ପଡେ ଆମ୍ବଚୁଆ। ସେହି ରାସ୍ତା ପୁଣି ଖାଲଖାମରେ ଭର୍ତ୍ତି। ଚାରିଚକିଆ ଯାନ କଣ ଚାଲିକି ଯିବାଆସିବା କରିବା ଏଥିରେ ମୁସ୍କିଲ।
📱 Get Argus News App
✨ଅଙ୍ଗନୱାଡି ନଥିଵାରୁ କୁନିକୁନି ପିଲାମାନେ ଅଙ୍ଗନୱାଡିରୁ ମିଳୁଥିବା ଶିକ୍ଷା ଓ ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ। ଆଗରୁ ପ୍ରଥମରୁ ପଞ୍ଚମ ଯାଏଁ ଗାଁରେ ସ୍କୁଲ ଥିଲା ମାତ୍ର ପୁର୍ବ ସରକାର ସମୟରେ ଏହାକୁ ବନ୍ଦ କରି ଦିଆଯାଇଛି। ସେଭଳି ପାଠପଢିବା ପାଇଁ ଏଠିକା ଶିଶୁଙ୍କୁ ପାହାଡ ଜଙ୍ଗଲ ରାସ୍ତା ଦେଇ 5କିଲୋମିଟର ଦୁର ସ୍କୁଲକୁ ଯିବାକୁ ପଡେ। ମାତ୍ର ଜଙ୍ଗଲରେ ଜନ୍ତୁ ଭୟରେ ମଧ୍ୟ ଅବିଭାବକ ପାଠ ପଢିବା ପାଇଁ ଛାଡୁନାହାନ୍ତି । ସମସ୍ୟାରେ ଆମ୍ବଚୁଆ। ପ୍ରଶାସନ ସବୁ ଜାଣି ନିରବ। ଏପଟେ ମୌଳିକ ସୁବିଧା ବିନା ପ୍ରତିଦିନ ଜୀବନ ଜିଇଁବା ପାଇଁ ସଂଗ୍ରାମ କରୁଛନ୍ତି ଅଞ୍ଚଳବାସୀ।