|
logo
Live

Argus News - ୩୩ କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଜଳସମ୍ପଦ କର୍ମଚାରୀ

Odisha

୩୩ କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଜଳସମ୍ପଦ କର୍ମଚାରୀ

Smruti Parija
Browse all articles by Smruti Parija
·1 year ago·1 min read
 ୩୩ କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଜଳସମ୍ପଦ କର୍ମଚାରୀ

୩୩ କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଜଳସମ୍ପଦ କର୍ମଚାରୀ । ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧୀନ ଚିତଳପୁର ଠାରେ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ରବିନାରାୟଣ ନାୟକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିଦ୍ୟୁତ ତାର ନଦୀ ବନ୍ଧ ତଳେ ଯାଇଥିବା ହେତୁ ଏଭଳି ପରିସ୍ଥିତି ହୋଇଛି ବୋଲି ଆଲୋଚନା ହେଉଛି ।


ସୂଚନା ମୁତାବକ, ରବିଙ୍କ ଘର ପିପିଲି ରୂପଦେଇପୁର ଗ୍ରାମରେ । ସେ ବଳଙ୍ଗା ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟରେ ଖଲାସୀ କାର୍ଯ୍ୟ କରୁଥିଲେ । ଗତକାଲି ଅପରାହ୍ନରେ ଚିତଳପୁର ଠାରେ ନ‌ଦୀବନ୍ଧର ଲେବୁଲ୍ ନିଆଯିବା ସମୟରେ ରବି ଧରିଥିବା ଲେବୁଲ ଷ୍ଟାଣ୍ଡ୍ ସେଠାରେ ଯାଇଥିବା ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଦ୍ୟୁତ୍ ସଂସ୍ପର୍ଶରେ ଆସି ରବିଙ୍କ ଗୋଡ଼ ଠାରୁ ଅଣ୍ଟା ପର୍ଯ୍ୟନ୍ତ ପୋଡ଼ି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ବିଭାଗୀୟ ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ବର୍ତ୍ତମାନ ସେ କଟକ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି ।

Sponsored
୩୩ କେଭି ବିଦ୍ୟୁତ୍ ତାର ଲାଗି ଜଳିଗଲେ ଜଳସମ୍ପଦ କର୍ମଚାରୀ | Argus News