Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଦିବାସୀଙ୍କୁ ପାଣି ପ୍ରତାରଣା, ଏଯାଏଁ ମିଳିଲାନି ପିଇବା ପାଣି

Odisha

ଆଦିବାସୀଙ୍କୁ ପାଣି ପ୍ରତାରଣା, ଏଯାଏଁ ମିଳିଲାନି ପିଇବା ପାଣି

Rashmita Mishra
Browse all articles by Rashmita Mishra
·1 year ago·1 min read
ଆଦିବାସୀଙ୍କୁ ପାଣି ପ୍ରତାରଣା, ଏଯାଏଁ ମିଳିଲାନି ପିଇବା ପାଣି

Key Points

ମିଛ ବସୁଧା-ସତ ପ୍ରତାରଣା

ଏଯାଏଁ ମିଳିଲାନି ପିଇବା ପାଣି

ଆଦିବାସୀଙ୍କୁ ପାଣି ପ୍ରତାରଣା

ଆଦିବାସୀ ଅଧୁଷିତ ମୟୂରଭଞ୍ଜ ଯୋଦୁନାଥପୁର ପଞ୍ଚାୟତର କାର୍ଗିଲ୍ ସାହି । ୩ ଶହରୁ ଅଧିକ ଆଦିବାସୀ ପରିବାର ରହୁଥିବା ଏହି ସାହିରେ ଆଜିବି ସରକାରୀ ସହାୟତା ଅପହଞ୍ଚ। ମୌଳିକ ସୁବିଧା ବିନା ଅସହାୟ ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ। ସାହିର ମୁଖ୍ୟ ସମସ୍ୟା ପାଲଟିଛି ପାଣ ସମସ୍ୟା। ଆଜିର ଦିନରେ ଯୋଉଁଠି ବସୁଧା ବିକାଶର ବାହାବାହି ନେଉଛନ୍ତି ପୂର୍ବ ସରକାର ସେଠି ଖୋଲା କୁଅ ପାଣି ପିଇ ଶୋଷ ମେଣ୍ଟାଉଛନ୍ତି ଅଞ୍ଚଳବାସୀ। ବିଶୁଦ୍ଧ ବଦଳରେ ପିଉଛନ୍ତି ଭଙ୍ଗା କୂଅ ପାଣି। ଆଉ ଏହି ପାଣି ନେବା ପାଇଁ ବି ଲୋକଙ୍କ ଭିଡ ଜମୁଛି। ଜଳ ସଙ୍କଟ ଏତେ ଉତ୍କଟତର ହୋଇଛି ଯଏ କୂଅ ପାଣି ନେବାପାଇଁବି ଲୋକଙ୍କୁ ଲାଇନରେ ଠିଆ ହେବାକୁ ପଡିଥାଏ ।

ପୂର୍ବ ସରକାରଙ୍କ ବସୁଧା ଯୋଜନାର ପାଦ ଚିହ୍ନ ଆଜି ଯାଏଁ ଏଠି ପଡିନି। ପ୍ରକଳ୍ପ କଣ ନଳକୂପ ପାଣିବି ଏଠି ମିଳୁନି। ପୂର୍ବ ସରକାରଙ୍କ ସବୁ ପ୍ରତିଶ୍ରୁତି ଏମାନଙ୍କ ପାଇଁ ପ୍ରତାରଣା ସାଜିଛି। ଆଉ ଏସବୁ ସମସ୍ୟା ଜାଣି ମଧ୍ୟ ସ୍ଥାନୀୟ ପ୍ରଶାସନ ନିରବ ଥିବା ଅଭିଯୋଗ ହୋଇଛି।

ପ୍ରତିଶ୍ରୁତି ହେଲା ପାଣିର ଗାର । ନିର୍ବାଚନ ସମୟରେ ନେତାଏ ଆସିଥିଲେ , ପିଇବା ପାଣି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ନିର୍ବାଚନ ସରିଲା, ନେତାଏ ବି ପ୍ରତିଶ୍ରୁତି ଭୁଲିଗଲେ । ସ୍ଥିତି ଯଥା ପୂର୍ବ ତଥା ପରଂ ଅବସ୍ଥାରେ ରହିଛି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water scam against tribals, still no drinking water | Argus News