Videos
|
Odisha

ପ୍ରକଳ୍ପ ଥାଇବି ମିଳୁନି ପିଇବା ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ରକଳ୍ପ ଥାଇବି ମିଳୁନି ପିଇବା ପାଣି

ଅର୍ଗସ ବ୍ୟୁରୋ:  ଶୀତଋତୁରେ ଜଳ ଯନ୍ତ୍ରଣା ଭୋଗୁଛନ୍ତି ଆଗଡାବାସୀ... ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବେତନଟୀ ବ୍ଲକ୍ ଅଧିନସ୍ଥ ଦହିକୋଟୀ ପଞ୍ଚାୟତର ଆଗଡା ଗାଁ । ଟିକିଏ ଭଲଭାବରେ ନଜର ପକାନ୍ତୁ ଏଠାକାର ଲୋକେ କିଭଳି ପାନୀୟଜଳ ଟୋପାଏ ନ ପାଇ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗାଁରେ ୭ ହଜାରରୁ ଉର୍ଦ୍ଧ ଲୋକ ରହିଥିବା ବେଳେ ମାତ୍ର ୪ ଟି ନଳକୂପ ରହିଛି ।


ସେଥି ମଧ୍ୟରୁ ତିନୋଟିରୁ ଆଇରନ୍ ଯୁକ୍ତ ନାଲି ପାଣି ବାହାରୁଥିବାରୁ ପାଣି ବ୍ୟବହାର ଉପଯୋଗୀ ନୁହେଁ। ବହୁ ଦାବି ପରେ ମାସେ ତଳେ ଆଉ ଏକ ନୂତନ ନଳକୂପ ଖୋଳା ହୋଇଥିଲା । ହେଲେ ନିମ୍ନମାନର କାମ ପାଇଁ ଆଜିକୁ ୨୦ ଦିନ ହେବ ଅଚଳ ହୋଇ ପଡିରହିଛି ନଳକୂପ। ଗାଁରେ ବସୁଧା ପ୍ରକଳ୍ପ ଅଛି ସତ ହେଲେ ଲୋକ ପାଉ ନାହାନ୍ତି ପିଇବା ପାଣି। ଦୁଇ ବର୍ଷ ତଳେ ବସୁଧା ଯୋଜନାରେ ଓଭରହେଡ ପାଣିଟାଙ୍କିର ନିର୍ମାଣ କାମ ସରିଯାଇଛି। ହେଲେ ଟାଙ୍କିରୁ ପାଣି ଝରୁଥିବାରୁ ଲୋକମାନଙ୍କ ଘରକୁ ପାଣି ପହଞ୍ଚି ପାରୁନାହିଁ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପଟେ ନଳକୂପ ଗୁଡିକର ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି ସେଗୁଡିକୁ ମଧ୍ୟ ସଜଡା ଯାଉ ନଥିବା ଅଭିଯୋଗ ହୋଇଛି। ଉପାନ୍ତରେ ଜଳ ଯନ୍ତ୍ରଣା। ପ୍ରକଳ୍ପ ଥାଇବି ଲୋକେ ପାଉ ନାହାନ୍ତି ପାଣି। ଏପଟେ ଅଭିଯୋଗ ପରେବି ଏହାର ସମାଧାନ କରିବାରୁ ବିଭାଗୀୟ ଅଧିକାରୀ ନାରାଜ ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Water shortage since the beginning of summer | Argus News