Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଳ ଯନ୍ତ୍ରଣା: ଘଣ୍ଟେ, ଦି ଘଣ୍ଟା ଅପେକ୍ଷା କଲା ପରେ ବି ଆସୁନି ପାଣି

Rashmita Mishra
Browse all articles by Rashmita Mishra
·1 year ago·2 min read
ଜଳ ଯନ୍ତ୍ରଣା: ଘଣ୍ଟେ, ଦି ଘଣ୍ଟା ଅପେକ୍ଷା କଲା ପରେ ବି ଆସୁନି ପାଣି

Key Points

ଖରା ଆରମ୍ଭରୁ ଜଳ ଯନ୍ତ୍ରଣା
ଷ୍ଟାଣ୍ଡ ପୋଷ୍ଟ ଆଗରେ ଲମ୍ବାଧାଡ଼ିରେ ମହିଳା
ଘଣ୍ଟେ, ଦି ଘଣ୍ଟା ଅପେକ୍ଷା କଲା ପରେ ବି ଆସୁନି ପାଣି
ବୌଦ୍ଧରୁ ବାଙ୍ଗିରିପୋଷି ସବୁଠି ପାଣି ସମସ୍ୟା

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ହେଡ୍‌କ୍ବାଟର । ଏହା କୌଣସି ଉପାନ୍ତ ଅଂଚଳ ନୁହେଁ l ଏଠି ୧୦ ହଜାରରୁ ଉର୍ଦ୍ଧ ପରିବାର ବସବାସ କରୁଥିବାବେଳେ ସେମାନଙ୍କ ପାଇଁ ପିଇବା ପାଣି ପାଇଁ ବସୁଧା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତେଲନଦୀ କୂଳରେ ପ୍ରକଳ୍ପ ତିଆରି ହୋଇଥିଲା । ହେଲେ ପାଣି ସବୁ ପଡ଼ାକୁ ପହଂଚି ପାରୁନାହିଁ l ସବୁଦିନ ଘଣ୍ଟେ ଦି ଘଣ୍ଟା ପାଣି ଆସୁଛି । ଫଳରେ ପାଣି ପାଇଁ ଅପେକ୍ଷା କରିଥିଲେ ସୁଦ୍ଧା କିଏ ପାଣି ପାଉଛି ତ, ଆଉ କେହି ପାଣି ନ ପାଇ ନିରାଶ ହେବାକୁ ପଡୁଛି l ପାଣି ମୁନ୍ଦିଏ ପାଇଁ ସକାଳୁ ସଞ୍ଜ ଯାଏଁ ଲମ୍ବା ଲାଇନ ଲାଗୁଛି । ଏ ସମସ୍ୟା ଆଜି କି କାଲିର ନୁହେଁ, ଦୀର୍ଘ ବର୍ଷର । ଅନେକ ସମୟରେ ଦେଢ଼ କିଲୋମିଟର ଦୂରରେ ଥିବା ତେଲନଦୀକୁ ଯାଇ ଚୁଆ ଖୋଲି ପାଣି ଆଣୁଛନ୍ତି ମହିଳାମାନେ l ପାଣି ପାଇଁ ଗାଁ ଲୋକେ ରାସ୍ତାରୋକ ସହ ଆନ୍ଦୋଳନ କରୁଛନ୍ତି, ହେଲେ ଫଳ ଶୂନ ।

ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାରେ ବି ପାଣି ସସମ୍ୟା କଥା ନ କହିଲେ ଭଲ । କୁଳିଅଣା ବ୍ଲକ ବାଲେଡିହି ଗାଁରେ ପିଇବା ପାଣି ପାଇଁ ଦୁର୍ଦ୍ଦିନରେ ଅଦିବାସୀ । ୭୦ ପରିବାର ପାଇଁ ଗାଁରେ ଗୋଟିଏ ନଳକୂପ ଓ ଗୋଟିଏ କୂଅ ରହିଛି l ନଳକୂପରେ ଖରାଦିନ ଆସିଲେ ପିଇବା ଉପଯୋଗୀ ପାଣି ବାହାରେ ନାହିଁ । କୂଅରେ ଅଳ୍ପ କିଛି ପାଣି ମିଳେ l ଗରେ ପାଣି ପାଇଁ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡ଼ୁଛି । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି ।

ପୂର୍ବ ୨୪ ବର୍ଷର ସ୍ଥିର ବିଜେଡି ସରକାର ପାଇଁ ଉପହାସ ପାଲଟିଥିଲା ପାନୀୟ ଜଳ ସମସ୍ୟା । ଜଳ ଯନ୍ତ୍ରଣା ପ୍ରତି ନିଘା ବି ନଥିଲା । ଏବେର ସରକାର ପାନୀୟ ଜଳର ସମସ୍ୟାର ତୁରନ୍ତ ସମାଧାନ ପାଇଁ ଆଶା ରଖିଛନ୍ତି ସ୍ଥାନୀୟ ବାସିନ୍ଦା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water-shortage-water-does-not-come-even-after-waiting-for-hours | Argus News