Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବେନଶ୍ଵରରେ ୨୪ ଘଂଟା ପାଇଁ ବନ୍ଦ ପାଣି ! ଆଜି ଅପରାହ୍ନ ୨ଟାରୁ କାଲି ଅପରାହ୍ନ ୨ଟା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଭୁବେନଶ୍ଵରରେ ୨୪ ଘଂଟା ପାଇଁ ବନ୍ଦ ପାଣି ! ଆଜି ଅପରାହ୍ନ ୨ଟାରୁ କାଲି ଅପରାହ୍ନ ୨ଟା

Key Points

  • ଭୁବେନଶ୍ଵରରେ ୨୪ ଘଂଟା ପାଇଁ ବନ୍ଦ ହେବ ପାଣି
  • ଆଜି ଅପରାହ୍ନ ୨ଟାରୁ କାଲି ଅପରାହ୍ନ ୨ଟା
  • ତୁରନ୍ତ ପିଇବା ପାଣି ରଖନ୍ତୁ, ନହେଲେ...

୨୪ ଘଂଟା ପାଇଁ ରାଜଧାନୀ ଭୁବନେଶ୍ଵରରେ ପିଇବା ପାଣି ସମସ୍ୟା ଦେଖାଯିବ । ଆଜି ଅପରାହ୍ନ ୨ଟାରୁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ସମସ୍ୟା ଲାଗି ରହିବ । ତେଣୁ ପିଇବା ପାଣି ଏବେ ହିଁ ସାଇତି ରଖନ୍ତୁ । ମୁଖ୍ୟ ପାନୀୟ ଯୋଗାଣ ପାଇପ୍‌ ମରାମତି ପାଇଁ ମୁଣ୍ଡଳିରୁ ଜଳଯୋଗାଣ ବନ୍ଦ ରହିବ । ଏନେଇ ୱାଟ୍‌କୋ ଟ୍ଵିଟ କରି ସୂଚନା ଦେଇଛି । ତେଣୁ ଭୁବନେଶ୍ଵରରେ ପିଇବା ପାଣି ସମସ୍ୟା ଦେଖାଦେଇପାରେ । ଯେହେତୁ ମୁଖ୍ୟ ପାଇପ୍‌ର ମରାମତି ହେବ ତେଣୁ ପୂର୍ବରୁ ସୂଚନା ଦେଇ ଜଳ ଯୋଗାଣ ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି ।

ମୁଣ୍ଡଳିରୁ ରାଜଧାନୀ ଭୁବନେଶ୍ଵରକୁ ପାଣି ଯୋଗାଣ ହେଉଛି । ତେବେ ପାଇପ୍‌ରେ ମରାମତିର ଆବଶ୍ୟକତା ରହିଛି । ତେଣୁ ପାଣି ଯୋଗାଣ ସମୟରେ ପାଇପ୍‌ ମରାମତି ସମ୍ଭବ ହେବ ନାହିଁ । ସେଇଥି ଲାଗି ତ କେମିତି ରାଜଧାନୀବାସୀ ପିଇବା ପାଣିକୁ ନେଇ ଅସୁବିଧାରେ ନପଡ଼ନ୍ତି ସେଇଥି ଲାଗି ବହୁପୂର୍ବରୁ ୱାଟକୋ ସୂଚନା ଦେଇ ପିଇବା ପାଣି ବନ୍ଦ କରୁଛି । ତେବେ ନଜର ପକାନ୍ତୁ କେଉଁ କେଉଁ ଅଂଚଳରେ ପିଇବା ପାଣି ବନ୍ଦ ହେବ ।

ୱାଟକୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ପାତ୍ରପଡ଼ା, ଘାଟିକିଆ ଅଂଚଳ,  କଳିଙ୍ଗ ନଗର, ଭରତପୁର, ଶାମପୁର, ଖଣ୍ଡଗିରିବାରି, ଖଣ୍ଡଗିରିବିହାର, କୋଳଥୁଆ, ଆଇଗିଣିଆ, ବରମୁଣ୍ଡା, ବରମୁଣ୍ଡା ବସଷ୍ଟାଣ୍ଡ ଅଞ୍ଚଳ , ତପୋବନ ଅଞ୍ଚଳ, ଏମ୍ସ ନଗର, ଏମ୍ସ ହସ୍ପିଟାଲ,ଜଗନ୍ନାଥ ବିହାର, ରେଣ୍ଟାଲ କଲୋନୀ, ସି.ଆର.ପି.ଏଫ ଅଞ୍ଚଳ, ଏକାମ୍ରଭିଲ୍ଲା, କପିଳପ୍ରସାଦ ବିଡ଼ିଏ କଲୋନୀ, ସୁନ୍ଦରପଦା, ବରମୁଣ୍ଡା ଗାଁ ,କ୍ରିସ୍‌ ଗାର୍ଡେନ୍, ମଲ୍ଲିକ କମ୍ପ୍ଲେକ୍ସ, ସିଦ୍ଧବିହାର,ପୋଖରୀପୁଟ ଅଞ୍ଚଳର ଯଦୁପୁର, ଡୁମୁଡୁମା ଗାଁ, ଡୁମୁଡୁମା ହାଉସିଂବୋର୍ଡ଼ କଲୋନୀ, ଜାଗମରା, ଜଗମୋହନ ନଗର, ଧର୍ମ ବିହାର, ଗଣ୍ଡମୁଣ୍ଡା, ଭକ୍ତମଧୁନଗର, ଅନନ୍ତ ବିହାର, ଲିଙ୍ଗରାଜ ବିହାର, କାରଗିଲ୍ ବସ୍ତ୍ର, କପିଳପ୍ରସାଦ ଗାଁ, ସୌଭାଗ୍ୟ ନଗର, ଶତାବ୍ଦୀ ନଗର, ହାଇ ଲେଭେଲ ଟ୍ୟାଙ୍କର ଏରୋଡ୍ରମ ଏରିଆ, ଭିମପୁର, ପଳାସପଲ୍ଲୀ, ଫରେଷ୍ଟ ପାର୍କ, ଶିରିପୁର, ଗଙ୍ଗନଗର, ୟୁନିଟ୍ ୧ ଠାରୁ ୮ (ଆଂଶିକ) ପ୍ରଭାବିତ ହେବ । ଖାଲି ଏତିକି ନୁହେଁ ବରଂ ନୟାପଲ୍ଲୀ ଅଞ୍ଚଳର  ଆଇ.ଆର.ସି ଭିଲେଜ ଏନ - ୧ ଠାରୁ ଏନ - ୬ ପର୍ଯ୍ୟନ୍ତ, ନୟାପଲ୍ଲୀ ଗାଁ, କବାରୀ ବସ୍ତି, ଗଡ଼ସାହି ବସ୍ତି, ନୀଳକଣ୍ଠ ନଗର, ବାଲିତୋଟା ସାହି, ଆନନ୍ଦ ବିହାର, ସିତାପୁର ବସ୍ତି, ଚନ୍ଦ୍ରଶେଖରପୁର ଅଞ୍ଚଳର ନିଳାଦ୍ରୀବିହାର, ସାଲିଆ ସାହି, ମୈତ୍ରୀ ବିହାର, ଶାସ୍ତ୍ରୀ ନଗର ଅଞ୍ଚଳରେ ଜଳଯୋଗାଣ ବନ୍ଦ ରହିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ କିଛିଦିନ ହେବ ରାଜଧାନୀରେ ପ୍ରବଳ ଗ୍ରୀଷ୍ମପ୍ରଭାବ ଜାରି ରହିଛି । ଏହାରି ଭିତରେ ପିଇବା ପାଣି ବନ୍ଦ ହେବାକୁ ଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କିନ୍ତୁ ବର୍ଷାଦିନ ପୂର୍ବରୁ ପାଇପ୍‌ ମରାମତି ଜରୁରୀ ଅଛି, ତେଣୁ ୨୪ ଘଂଟା ପାଇଁ ପାଣି ଯୋଗାଣ ବନ୍ଦ ରଖାଯାଇଛି ।
 

Sponsored
Bhubaneswar Water | Argus News