Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହେକ୍ଟର ହେକ୍ଟର ଜମିରେ ପଚିଗଲା ତରଭୁଜ 

Manini Pattanayak
Browse all articles by Manini Pattanayak
·2 years ago·2 min read
ହେକ୍ଟର ହେକ୍ଟର ଜମିରେ ପଚିଗଲା ତରଭୁଜ 

ବାଲେଶ୍ୱର: କାଳବୈଶାଖୀ ଲଗାଣ ବର୍ଷାରେ ଉଜୁଡ଼ି ଗଲା ତରଭୁଜ ଚାଷ। ହେକ୍ଟର  ହେକ୍ଟର ଜମିରେ ଚାଷୀ କରିଥିବା ତରଭୁଜ ଚାଷ ସମ୍ପୂର୍ଣ ପାଣିରେ ପଚି ନଷ୍ଟ ହଇଛି l ତରଭୁଜ ରୁ ଦୁର୍ଗନ୍ଧ ବାହାରୁ ଥିବାରୁ ବଜାରରେ ବିକ୍ରି ପାଇଁ ତାହା ସମ୍ଭବ ନୁହେଁ lଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଉପାର୍ଜନ କରିଥିବା ଚାଷ ସବୁ ନିମିଷକେ ନଷ୍ଟ ହେଲା lବ୍ୟାଙ୍କରୁ ଲକ୍ଷlଧିକ ଟଙ୍କା କରଜ କରି କରିଥିବା ଚାଷ ଉଜୁଡି ଯିବାରୁ କିପରି ଋଣ ସୁଝିବେ ଏବଂ କିପରି ପରିବାର ପ୍ରତିପୋଷଣ କରିବେ ସେ ନେଇ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଛନ୍ତି ଚାଷୀ l  ବର୍ତ୍ତମାନ ସୁଦ୍ଧା କୌଣସି ଉଦ୍ୟାନ ବିଭାଗ ଅଧିକାରୀ କିମ୍ବା କୃଷି ବିଭାଗର ଦେଖା ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି l

ଧାନ ଚାଷ ପରେ ତରଭୁଜ ଚାଷ ହିଁ ପରିବାର ପ୍ରତିପୋଷଣର ମୁଖ୍ୟ ମାଧ୍ୟମ ଥିଲା ଏବେ ସେ ବି ଉଜୁଡିଲା ।  ସେହିପରି ଗବଗାଁ ପଂଚାୟତ ପୁରୁଷୋତ୍ତମପୁର ଗ୍ରାମର 10ଜଣ ଚାଷୀ 60ଲକ୍ଷ ଟଙ୍କା ଖର୍ଚ କରି ତରଭୁଜ ଚାଷ କରିଥିଲେ l ଆଶା କରିଥିଲେ ଏବର୍ଷ ବେଶ କିଛି ଟଙ୍କା ଲାଭ କରିଥାନ୍ତେ କିନ୍ତୁ ସବୁ ପାଣିରେ ନଷ୍ଟ ହେଲା l   ରାଜ୍ୟ ବିଜେପି ର କୃଷକ ମୁର୍ଚ୍ଛା ର ସଭାପତି ମହେଶ୍ୱର ସାହୁ ଭୋଗରାଇ ଗସ୍ତ ରେ ଆସି ଚାଷର କ୍ଷୟ କ୍ଷତି ଦେଖିଥିଲେ l ସରକାରଙ୍କ ତରଫରୁ କୌଣସି ଅଧିକାରୀ ଚାଷୀଙ୍କ ପାଖରେ ପହଂଚି ନ ଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ l  
 ତେବେ ତୁରନ୍ତ ଚାଷୀଙ୍କୁ ସରକାର ତଦନ୍ତ କରି ସହାୟତା ଦେବାକୁ ଚାଷୀ ମାନେ ଦାବୀ କରିଛନ୍ତି l ନ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଚାଷୀକୁଳ ଆନ୍ଦାଳନ କରିବା ସହିତ ଆଗାମୀ ନିର୍ବାଚନ ରେ ସରକାରଙ୍କୁ ସଠିକ ଜବାବ ଦେବ ବୋଲି ଚାଷୀ ମାନେ ଚେତାବନୀ ଦେଇଛନ୍ତି l
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Watermelon crops have been washed away by unseasonal rains | Argus News