Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ତରଭୁଜ ଖାଇ ୪ ଜଣ ଗୁରୁତର, ଜଣେ ମୃତ

Odisha

Food Poisoning / ତରଭୁଜ ଖାଇ ୪ ଜଣ ଗୁରୁତର, ଜଣେ ମୃତ

Rashmita Mishra
Browse all articles by Rashmita Mishra
·51 mins ago·2 min read
ତରଭୁଜ ଖାଇ ୪ ଜଣ ଗୁରୁତର, ଜଣେ ମୃତ
Food Poisoning

Key Points

ତରଭୁଜ ଖାଇ ଚାଲିଗଲା ଜୀବନ
ତରଭୁଜ ଖାଇ ୪ଜଣ ଗୁରୁତର ଥିବା ବେଳେ, ଜଣେ ମୃତ

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଅଛନ୍ତି । କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷିଆ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ହୋଇଥିବା ସୂଚନା ।

କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ ଘରକୁ କିଣି ନେଇଥିଲେ। ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ପରେ ସେମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା ।

ପରିବାରର ୫ ଜଣ ଅସୁସ୍ଥ ହୋଇ ପଡିଥିଲେ । ସେମାନଙ୍କ ମଧ୍ୟରୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ସ୍ବାଧୀନଙ୍କ ମୃତ୍ୟୁ ଘଟିଛି ।

ଏଥିସହ ପଢ଼ନ୍ତୁ: ବିରିୟାନି ପରେ, ତରଭୁଜ ଖାଇ ଗୋଟିଏ ପରିବାରର ୪ ଜଣଙ୍କର ଚାଲିଗଲା ଜୀବନ

କିଛି ଦିନ ପୂର୍ବରୁ ମଧ୍ୟ ଏପରି ଏକ ଘଟଣା ମୁମ୍ବାଇର ପାଇଧୁନି ଅଞ୍ଚଳରେ । ୨୫ ଏପ୍ରିଲ ରାତି ପ୍ରାୟ ୧୦.୩୦ ସମୟରେ ପରିବାର ପାଞ୍ଚ ଜଣ ସମ୍ପର୍କୀୟଙ୍କ ସହିତ ରାତ୍ରୀଭୋଜନ କରିଥିଲେ । ପରିବେଶ ସ୍ୱାଭାବିକ ଥିଲା, କୌଣସି ଅପ୍ରୀତିକର ଘଟଣା ଘଟିନଥିଲା । ରାତ୍ରୀଭୋଜନ ପରେ, ସମ୍ପର୍କୀୟମାନେ ନିଜ ଘରକୁ ଫେରି ଆସିଲେ । କିନ୍ତୁ ରାତି ବଢ଼ିବା ସହିତ ଏକ ଦୁଃଖଦ ଘଟଣା ଘଟିଗଲା।

ପାଖାପାଖି ୧ ଟାରୁ ୧:୩୦ ମଧ୍ୟରେ, ପରିବାରର ଚାରିଜଣ ସଦସ୍ୟ ତରଭୁଜ ଖାଇଲେ । ଏହା ଏକ ସାଧାରଣ କଥା ଥିଲା, କିନ୍ତୁ କିଛି ଘଣ୍ଟା ମଧ୍ୟରେ ସବୁ କିଛି ସରିଯାଇଥିଲା । ସକାଳ ସୁଦ୍ଧା, ଚାରିଜଣ ହଠାତ୍ ଅସୁସ୍ଥ ଅନୁଭବ କରିବାକୁ ଲାଗିଲେ - ଗୁରୁତର ବାନ୍ତି, ଝାଡ଼ା ହେବାରେ ଲାଗିଲା ।

ପରିବାର ଲୋକ ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଡାକ୍ତରଙ୍କ ପାଖକୁ ନେଇଗଲେ, କିନ୍ତୁ ସେମାନଙ୍କ ଅବସ୍ଥା ଖରାପ ହେବାରୁ ସମସ୍ତଙ୍କୁ ଜେଜେ ହସ୍ପିଟାଲକୁ ରେଫର କରାଯାଇଥିଲା । ଡାକ୍ତରଙ୍କ ଅନେକ ଚେଷ୍ଟା ସତ୍ତ୍ୱେ, ଚାରି ଜଣଙ୍କୁ ବଞ୍ଚାଇ ପାରିଲେ ନାହିଁ । ମୃତ୍ୟୁ ପୂର୍ବରୁ, ପରିବାରର ଜଣେ ସଦସ୍ୟ ପୋଲିସକୁ ଏକ ବୟାନରେ କହିଥିଲେ ଯେ ସେମାନେ ପ୍ରଥମେ ବିରିୟାନି ଖାଇଥିଲେ, ତା'ପରେ ତରଭୁଜ ଖାଇଥିଲେ ।

ଏହାକୁ ଆଧାର କରି, ଖାଦ୍ୟ ବିଷାକ୍ତ ହେବାର ସମ୍ଭାବନା ସନ୍ଦେହ କରାଯାଉଛି । ତଥାପି, ପୋଲିସ କହିଛି ଯେ ପୋଷ୍ଟମର୍ଟମ ଏବଂ ହିଷ୍ଟୋପାଥୋଲୋଜି ରିପୋର୍ଟ ଆସିବା ପରେ ହିଁ ସମ୍ପୂର୍ଣ୍ଣ କଥା ସ୍ପଷ୍ଟ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Food Poisoning | One Dead, Four Critical After Eating Watermelon | Argus News