|
logo
Live

Argus News - ପରୀକ୍ଷା ଖାତାରେ ଅଜବ ଉତ୍ତର  

Odisha

ପରୀକ୍ଷା ଖାତାରେ ଅଜବ ଉତ୍ତର  

Manini Pattanayak
Browse all articles by Manini Pattanayak
·2 years ago·2 min read
ପରୀକ୍ଷା ଖାତାରେ ଅଜବ ଉତ୍ତର  

ଯାଜପୁର:  ଆମର ସଂସ୍କୃତ ପଢାଯାଇ ନାହିଁ । ଆମକୁ ଯେତିକି ଆସିଲା  ଆମେ  ସେତିକି  କରିଛୁ।  ଆମର ଶିକ୍ଷକ ନାହାନ୍ତି।  ଦୟା କରି ଅଧିକ ଆଶା କରନ୍ତୁ ନାର୍ହି।   (ପରୀକ୍ଷା ଖାତାର ଭିଜୁଆଲ ଲାଗିବ)   ପରୀକ୍ଷା ଉତ୍ତର ଖାତାରେ ଏପରି ଲେଖିଲେ ନବମ ଶ୍ରେଣୀ ଛାତ୍ର ।   ମ୍ୟାମ କହିଲେ ଖାତା ବହି ଯାହା ପାରୁଛ  ପକେଇକି ଲେଖିଦିଅ। ଆମର ପଢାପଢି ହେଉନି  ଆମକୁ ଯେତିକି ଆସିସଲା ଆମେ ସେତିକି କରିଲୁ । ପରୀକ୍ଷା ଖାତାରେ ଅଜବ ଉତ୍ତର ଲେଖିଛନ୍ତି ଛାତ୍ର ।  ଶିକ୍ଷକ ନଥିବାରୁ ପରୀକ୍ଷାରେ ଅଭିନଵ ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ। ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି l  ଏଭଳି ଚିତ୍ର ଆସିଛି ଯାଜପୁରର ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ।  ଜିଲ୍ଲାରେ ହାଇସ୍କୁଲ ସ୍ତରରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନଥିବାରୁ  ପରୀକ୍ଷା ଖାତାରେ ଛାତ୍ର ଅଜବ ଉତ୍ତର ଲେଖିଛନ୍ତି। ଯାହାକି ଛାତ୍ର ଜଣଙ୍କ ଆମର ଶିକ୍ଷକ ନାହାନ୍ତି ତେଣୁ ଆମଠୁ ଅଧିକ କିଛି ଆଶା କରନ୍ତୁନି ବୋଲି ଲେଖିଥିଲେ।   ସ୍କୁଲରେ ସଂସ୍କୃତ ଶିକ୍ଷକ ନଥିବାରୁ ଆମେ ପଢିପାରୁ ନାହିୁଁ। ତେଣୁ ଆମର ଏଥର ପରୀକ୍ଷା ଭଲ ହୋଇନି। ଏ ସମ୍ପର୍କରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାର୍ହାନ୍ତି ବୋଲି ଛାତ୍ରୀ କହିଛନ୍ତି।

ତେବେ ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷକ ପାଇଁ ଦାବି କରି ଆସୁଥିବା ବେଳେ କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ଆଜି ପରୀକ୍ଷା ରେ ଅନେକ ଛାତ୍ରଛାତ୍ରୀ ଭିନ୍ନଭିନ୍ନ ଉତ୍ତର ଲେଖି ଥିବା ଜଣାଯାଇଛି। 
 ତେବେ ସ୍କୁଲରେ  ବାର୍ଷିକ ପରୀକ୍ଷା ପୂର୍ବରୁ ଆବଶ୍ୟକୀୟ  ଶିକ୍ଷକ ନିଯୁକ୍ତି ଦେବାକୁ  ଛାତ୍ରଛାତ୍ରୀ ଦାବି କରିଛନ୍ତି।  ଏଥି ସହିତ ଅଭିଭାବକ ମାନେ ମଧ୍ୟ ସ୍କୁଲ ରେ ପହଂଚି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି। ଶିକ୍ଷକୁ ନଥିବାରୁ ଛାତ୍ରଛାତ୍ରୀଙ୍କ  ପଢାପଢିରେ ବହୁ ସମସ୍ୟା  ସୃଷ୍ଟି ହେଉଥିବାବେଳେ ଏପରିକି ପରୀକ୍ଷାରେ ମଧ୍ୟ ଶିକ୍ଷୟତ୍ରୀଙ୍କ କଥାରେ  କପି କରିବାକୁ ବାଧ୍ୟ ହେଉଛନ୍ତି ପିଲା।  ତେଣୁ  ଖୁବ୍‌ ଶିଘ୍ର  ପିଲାମାନେ କିପରି ପାଠପଢିବେ ସେଥିପାଇଁ ପଦକ୍ଷେପ ନିଅନ୍ତୁ ସ୍କୁଲ ପ୍ରଶାସନ। ଯଦି ଗୋଟିଏ ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ ନୁ ହୁଏ ତେବେ ଭିନ୍ନ  ଉପାୟ ଧାରଣ କରିବୁ ବୋଲି କହିଛନ୍ତି ଅଭିଭାବକ।

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପରୀକ୍ଷା ଖାତାରେ ଅଜବ ଉତ୍ତର   | Argus News