ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ

ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା। ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଯଶିପୁର ବ୍ଲକ ଦୂର୍ଦୁରା ପଞ୍ଚାୟତ ଅନ୍ତର୍ଗତ ହାଣ୍ଡି-ପୁହାଣ ର ରୁଗୁଡ଼ିସାହି ଗାଁରେ ବସବାସ କରନ୍ତି ପ୍ରାୟ 30ରୁ ଉର୍ଦ୍ଧ ପରିବାର। ଯେଉଁମାନଙ୍କ ପାଖରେ ସ୍ଵାଧୀନତାର ବହୁ ବର୍ଷ ପରେ ବି ପହଞ୍ଚି ପାରିନି ମୌଳିକ ସୁବିଧା। ବିଶୁଦ୍ଧ ପାଣି ପାଇଁ ଦହଗଞ୍ଜ ହେଉଛନ୍ତି ଅଞ୍ଚଳବାସୀ। ରାତି ପାହିଲେ ପାଣି ପାଇଁ ମାଇଲମାଇଲ ବାଟ ଚାଲିବାକୁ ପଡେ। ଜଙ୍ଗଲଭିତରେ ବୋହି ଯାଉଥିବା ଝରଣା ପାଣିକୁ ସଂଗ୍ରହ କରି ବ୍ୟବହାର କରନ୍ତି ଅଞ୍ଚଳବାସୀ।
ରୁଗୁଡ଼ି-ସାହି ଲୋକେ ଗାଁ ବାହାରେ ବୋହି ଯାଉଥିବା ନାଳ ପାଖ ଚୁଆ ପାଣି ପିଇ ଜୀବନ ନିର୍ବାହ କରିଥାନ୍ତି, ଗାଁ ରେ ଗୋଟିଏ ମାତ୍ର ନଳକୂପ ଅଛି ଯାହା ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ବିଫଳ। ନଲକୂପରୁ ବାହାରୁଥିବା ଗୋଳିଆ ଓ ଆଇରନ ଯୁକ୍ତ ପାଣି ପିଇ ରୋଗକ୍ରାନ୍ତ ଗ୍ରାମାବସୀ। ବାହାରୁଛି, ସେହି ଆଇରନ ଯୁକ୍ତ ପାଣି ପିଇ ଗାଁ ର ପ୍ରାୟ ପ୍ରତ୍ୟେକ ପରିବାରର ସଦସ୍ୟ ଆଜି କିଡ଼ିନି ରୋଗରେ ଆକ୍ରାନ୍ତ। ଜଳ ଯୋଗାଣ ପାଇଁ ସରକାରୀ ଦୀର୍ଘ ବର୍ଷ ପୂର୍ବରୁ କୂଅ ଖୋଳା ହୋଇଥିଲା ମାତ୍ର ତାହା ଆଜି ପରିତ୍ୟକ୍ତ । ଫଳରେ ଗାଁ ଲୋକ ଆଜିବି ନାଳ ପାଖରେ ଚୁଆ କରି ତାର ପାଣି ପିଇ ଜୀବନ ବଞ୍ଚାଉଛନ୍ତି।
ଠିକ ସେହିପରି ଅନ୍ୟ ଏକ ଗାଁ କାଳିଆଣି ,ଏଠାରେ ପ୍ରାୟ 70ରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି, ପ୍ରତ୍ୟେକ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଛି, ପାଇପ ଲାଇନ୍ ବିଛା ସରିଛି ହେଲେ ଦୁଃଖ ର ବିଷୟ ଶୁଦ୍ଧ ପାନୀୟ ଜଳ ମିଳିବା ଗ୍ରାମବାସୀ ଙ୍କ ପାଇଁ ଚିନ୍ତାର ବିଷୟ । ଯଦିଓ ଗାଁ ରେ ସୋଲାର ପାଣି ଟାଙ୍କିଟେ ବସିଛି ମାତ୍ର ତାହା ମଧ୍ଯ କିଛି ଦିନ ଚାଲିବା ପରେ ଅଚଳ ହୋଇ ପଡିଛି। ସେଥିରୁ ମଧ୍ଯ ପାଣି ବାହାରୁ ନାହିଁ, ଗାଁ ରେ ଦୁଇ ଦୁଇ ଟି ନଳ କୂଅ ରହିଛି ତାହା ସମ୍ପୂର୍ଣ୍ଣ ଭାବେ ଅଚଳ ଅବସ୍ଥାରେ। ଲୋକେ ପାଖରେ ବୋହି ଯାଇଥିବା ନଦୀ ଓ ନାଳ କୁଳ ରେ ଚୁଆ ତିଆରି କରି ବ୍ୟବହାର ପାଇଁ ପାଣି ନେଇଥାନ୍ତି। ରାଜ୍ୟରେ ଜଳ ଯୋଗାଣ ପାଇଁ ସରକାର ଯୋଜନା ପରେ ଯୋଜନା କରୁଛ୍ନିତ ମାତର ଗ୍ରାଉଣ୍ଡରେ ସ୍ଥିତି କିଛି ଏଭଳି। ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଦୁର୍ଗମବାସୀ ।
