Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଯିବାକୁ ପଡ଼େ ମାଇଲ ମାଇଲ ବାଟ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ପାଇଁ ଯିବାକୁ ପଡ଼େ ମାଇଲ ମାଇଲ ବାଟ

ପାଣି ପାଇଁ ସଂଗ୍ରାମ...ପାଣି ପାଇଁ ପ୍ରତିଯୋଗିତା..ପାଣି ପାଇଁ ଚାଲିବାକୁ ମାଇଲ ମାଇଲ ବାଟ। ରାସ୍ତା ସମସ୍ୟା କି ଖରାର କଷ୍ଟ ଠୁ ବଳି ଯାଉଛି ଜଳ ସଙ୍କଟ। କାରଣ ଖରା କି ରାସ୍ତାକୁ ଡରିଲେ ମେଣ୍ଟିବନି ଶୋଷ। ଏଭଳି ଜଳ କଷ୍ଟ ଭୋଗୁଛନ୍ତି ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର 4 ଗାଁ। ଖିନବଙ୍ଗ, ଜଳାପୁଟ ଉପର ,କୋଣ୍ଡା ପାଳି ଓ ହାଟ ପଦାରେ ଉତ୍କଟ ଜଳ ସମସ୍ୟା। ଅଞ୍ଚଳରେ ରହୁଥିବା 2 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପାଣି ପାଇଁ ଚାଲିବାକୁ ପଡୁଛି ମାଇଲ ମାଇଲ ବାଟ । 24 ବର୍ଷର ବିଜେଡି ସରକାର ବସୁଧା ଯୋଜନାରେ ପ୍ରତ୍ୟକ ଗାଁକୁ ପାନୀୟ ଜଳ ଯୋଗେଇ ଥିବା ଡିଣ୍ଡିମ ପିଟୁଥିବା ବେଳେ ବିଲାପୁଟ ବାସ୍ତବରେ ଦେଖିବାକୁ ମିଳିଛି ଅସଲ ଚିତ୍ର ।

ଏହି ଗାଁ ଗୁଡକରେ ନଳକୂପ ଅଛି ସତ ମାତ୍ର ସେଥିରୁ ଅଧିକାଂସ ଅଚଳ। ଗୋଟିଏ ଦୁଇଟି ନଳକୂପ ଅଞ୍ଚଳବାସୀଙ୍କ ଶୋଷ ମେଣ୍ଟାଇ ପାରୁନି। ସେଥିପାଇଁ ଶୋଷ ମେଣ୍ଟାଇବା ପାଇଁ ଚୁଆ ପାଣି ପାଲଟିଛି ଏକମାତ୍ର ଭରଷା । ଏ ପାଣି ପିଇ ବିଭିନ୍ନ ରୋଗରେ ଶିକାର ହେଉଛନ୍ତି ଗ୍ରାମବାସୀ । ଏ ଦିଗରେ ପଞ୍ଚାୟତବାସୀ ପୂର୍ବରୁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଫଳ ଶୂନ୍ । ଦୀର୍ଘ 24 ବର୍ଷର ବିଜେଡି ସରକାର ପ୍ରତିଶ୍ରୁତି ବଦଳରେ ଦେଲେ ଧୋକ୍କା। ଏବେ ସରକାର ବଦଳିଛି ନୂଆ ସରକାର ଗ୍ରାମବାସୀଙ୍କ ଦୁଃଖ ବୁଝିବେ ବୋଲି ଗାଁ ଲୋକ ଆଶାବାଦୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
We have to walk for miles miles to get water | Argus News