Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରବାଟୀରେ ଲାଇଟ ଲିଭିବା ନେଇ ଓସିଏକୁ ସ୍ପଷ୍ଟିକରଣ ମାଗିବୁ: କ୍ରିଡ଼ାମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ବାରବାଟୀରେ ଲାଇଟ ଲିଭିବା ନେଇ ଓସିଏକୁ ସ୍ପଷ୍ଟିକରଣ ମାଗିବୁ: କ୍ରିଡ଼ାମନ୍ତ୍ରୀ

ବାରବାଟୀରେ ଲାଇଟ ଲିଭିବା ନେଇ ଓସିଏକୁ ସ୍ପଷ୍ଟିକରଣ ମାଗିବୁ କହିଲେ କ୍ରିଡ଼ାମନ୍ତ୍ରୀ। ଯାନ୍ତ୍ରିକ ତୃଟି କାହିଁକି ହେଲା ସେ ନେଇ ହେବ ତଦନ୍ତ। ପରିଚାଳନା ଦାୟିତ୍ବରେ ଥିବା ସମସ୍ତେ ହେବେ ପକ୍ଷଭୁକ୍ତ । ମ୍ୟାଚ ଅଧାରୁ ଲିଭିଯାଇଥିଲା ଫ୍ଲର୍ଡ ଲାଇଟ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁଲ ହୋଇଛି କହିଲେ ଓସିଏ ସମ୍ପାଦକ ।


ଭାରତ ଏବଂ ଇଂଲଣ୍ଡ ମ୍ୟାଚ୍ ଫ୍ଲଡ୍‌ଲାଇଟ୍ସ ବନ୍ଦ ହେବା ଘଟଣା । ମ୍ୟାଚରେ ଲାଇଟ ଲିଭିବା ଘଟଣାରେ କ୍ରୀଡ଼ା ମନ୍ତ୍ରୀଙ୍କ ଅସନ୍ତୋଷ । ମ୍ୟାଚର ଦ୍ବିତୀୟ ଇନିଂସରେ ମ୍ୟାଚ୍‌ ଫ୍ଲଡ୍‌ଲାଇଟ୍ସ ଯୋଗୁଁ ପ୍ରଭାବିତ ହୋଇଥିଲା। ଭାରତୀୟ ଇନିଂସର ଷଷ୍ଠ ଓଭର ପରେ ଫ୍ଲଡ୍‌ଲାଇଟ୍ସର ଗୋଟିଏ ଟାୱାର ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଏନେଇ ଓସିଏକୁ ଆମେ ଜବାବ ମାଗିବୁ। ଯେଉଁମାନେ ସମ୍ପୃକ୍ତ କାର୍ଯ୍ୟରେ ନିୟୋଜିତ ଥିଲେ କାହିଁକି ଏପରି ଘଟିଲା ତାହା ଯାଞ୍ଚ କରାଯିବ। ଘଟଣାର ଠିକ୍ ଯାଞ୍ଚ ହେବା ଉଚିତ ବୋଲି ସେ କହିଛନ୍ତି। ସେପଟେ ଏନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁଲ ହୋଇଛି । ପ୍ରକୃତ ଘଟଣା ହେଲା ଲାଇଟ୍‌ ଚାଲିଯିବା ପରେ ଜେନେରେଟେର ବ୍ୟାକଅପ୍‌ ରହିଥିଲା। କିନ୍ତୁ ଖେଳାଳି ବସ୍‌ ଆଗରେ ରହିଯିବାରୁ ଜେନେରେଟର ଆସିପାରିନଥିଲା। ଦୁର୍ଭାଗ୍ୟବଶତଃ ଖେଳାଳିଙ୍କ ଡ୍ରାଇଭର୍‌ ଖେଳ ଦେଖିବାକୁ ଚାଲିଯାଇଥିଲେ। ଭୁଲ ଆମ ପକ୍ଷରୁ ହୋଇଛି। ଏହାର ପୁନରାବୃତ୍ତି ହେବନି।



Sponsored
We will seek clarification from OCA regarding the lights going out in Barabati: Sports Minister | Argus News