Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଲବଲ କରୁଛି ଘନକୁହୁଡି, ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି

Odisha

କଲବଲ କରୁଛି ଘନକୁହୁଡି, ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି

Banajyotshna Ray
Browse all articles by Banajyotshna Ray
·1 year ago
କଲବଲ କରୁଛି ଘନକୁହୁଡି, ୨ ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି

ଅର୍ଗସ ବ୍ୟୁରୋ:  କଲବଲ କରୁଛି ଘନକୁହୁଡି । ଆଗକୁ ତାପମାତ୍ରା ବଢିବା ସହ ରାଜ୍ୟରେ କମିବ ଶୀତ । ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୧୩ ତାରିଖ ପର୍ଯ୍ୟନ୍ତ ଘନକୁହୁଡି ନେଇ ଜାରି କରାଯାଇଛି ୟେଲୋ ଆଲର୍ଟ ।


ରାତି ୨ରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ସତର୍କ କରାଯାଇଛି। ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର କୁହୁଡି ଆସ୍ତରଣରେ ଘୋଡି ହୋଇଯାଇଛି। ରାସ୍ତାଘାଟ କିଛି ବି ଦେଖାଯାଉ ନାହିଁ। ଶୀତ ସାଙ୍ଗକୁ ଘନ କୁହୁଡି ଜନସାଧାରଣଙ୍କ ଜୀବନ ଅସ୍ତବ୍ୟସ୍ତ କରୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Education Next Season 5
Sponsored
weather and fog update in odisha | Argus News