ହୋଲିରେ ତତେଇଲା, ୧୮ ପରେ ଖସିବ ପାରଦ !

ହୋଲିରେ ଡହଡହ ଖରାରେ ତାତିଲା ସାରା ଓଡ଼ିଶା। ଖାଲି ଆଜି ନୁହେଁ ଆଗାମୀ ୪ ଦିନ ଯାଏ ଏମିତି ରହିବ ପାଗ। ୪ ଦିନ ଯାଏଁ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ୪ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ। ଆସନ୍ତକାଲି ଅର୍ଥାତ ମାର୍ଚ୍ଚ ୧୬ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ୍ ଆଲର୍ଟ ଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ସେହିଭଳି ୧୭ ତାରିଖ ପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗିର ଓ କଳାହାଣ୍ଡିକୁ ଅରେଞ୍ଜ ଆର୍ଲଟ ଦେଇଛି ପାଣିପାଗ ବିଭାଗ। ୧୮ରୁ ତାତିରୁ ମିଳିପାରେ ଟିକେ ଆସ୍ୱସ୍ତି। ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ହିଟ୍ୱେଭ ସ୍ଥିତି ଲାଗି ରହିବ ।
📱 Get Argus News App
✨ଆଜି ପାଇଁ ହିଟ୍ ୱେଭ୍ ନେଇ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡିକୁ ରେଡ୍ ୱାର୍ଣ୍ଣିଂ ରହିଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ଆଲର୍ଟ ରହିଥିଲା।
ଆଜି ୧୩ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୨.୫ ଡିଗ୍ରୀ ସହ ବୌଦ୍ଧ ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ସମ୍ବଲପୁର ୪୨.୨, ଝାରସୁଗୁଡ଼ା ୪୧.୭, ଅନୁଗୁଳ ୪୧.୭, ବଲାଙ୍ଗୀର ୪୧.୫, ସୋନପୁର ୪୧.୨, ଟିଟିଲାଗଡ଼ ୪୧, ସୁନ୍ଦରଗଡ଼ ୪୦.୮, ଢେଙ୍କାନାଳ ୪୦.୬, ରାଉରକେଲା ୪୦.୫, ହୀରାକୁଦ ୪୦.୨, ବାରିପଦା ୪୦.୨, ଭବାନୀପାଟଣା ୪୦.୨ ଡିଗ୍ରୀ ସେଲସିୟସ ରହିଥିଲା।
