Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cold Wave / ଶୀତକୁ ନେଇ ପାଣିପାଗ ଦେଲା ବଡ଼ ସୂଚନା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଶୀତକୁ ନେଇ ପାଣିପାଗ ଦେଲା ବଡ଼ ସୂଚନା
Cold Wave

Key Points

ସକାଳ ୯ ଟା ଯାଏଁ କୁହୁଡ଼ି ଯାଉନି ।
ସୂର୍ଯ୍ୟ ବି ଦିଶୁ ନାହାନ୍ତି ।

ଜାଡ଼ ମାଡ଼ରେ ଥରୁଛି ସାରା ଓଡ଼ିଶା। ଆଉ ଏଇ ଶୀତ କମିବାର ନାଁ ଧରୁନି । ଆଗାମୀ ଦିନରେ ବି ଏହି ଶୀତ କମିବ ବୋଲି ଆଶା ଦିଶୁନି । ଏବେ ଏମିତି କିଛି ଚିନ୍ତାରେ ପଡ଼ିଛନ୍ତି ସାଧାରଣ ଜନତା । ସକାଳୁ ଏତେ ଶୀତ ଯେ, ଘରୁ ବାହାରି ହେଉନି । ସକାଳ ୯ ଟା ଯାଏଁ କୁହୁଡ଼ି ଯାଉନି । ସୂର୍ଯ୍ୟ ବି ଦିଶୁ ନାହାନ୍ତି । ଦିନ ସାରା ଖାଲି କୋହଲା ପବନ ମାଡ଼ ହେଉଛି । ଦେହ ମୁଣ୍ଡ କାଲୁଆ ହୋଇଯାଉଛି ।

ପାଣିପାଗ ବିଭାଗର କହିବାନୁଯାୟୀ, ଆଗାମୀ ଦୁଇ ଦିନ ଯାଏଁ ଏଇ ଶୀତ ଲାଗି ରହିବ । ଏମିତିକି ନୂଆ ବର୍ଷ ଯାଏଁ ମଧ୍ୟ ଏଭଳି ହାଡ଼ଭଙ୍ଗା ଶୀତ ଜାରି ରହିବ । ଏବେ ଓଡ଼ିଶାର ୧୦ରୁ ଅଧିକ ସହରରେ ତାପମାତ୍ର ୧୦ ଡିଗ୍ରୀରୁ କମ୍‌ ରହିଛି । ନୂଆ ବର୍ଷ ପରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ । ଅର୍ଥାତ୍ ଅତି ବେଶି ହେଲେ ୧୧ ରୁ ୧୨ ଡିଗ୍ରୀ ରହିବ ରାତି ତାପମାତ୍ରା । ତା'ପରେ ଧିରେ ଧିରେ ତାପମାତ୍ର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ଆଗାମୀ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ସକାଳ ସମୟରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଏଥିସହ ଅନୁଗୁଳ ଏବଂ ଝାରସୁଗୁଡ଼ା ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଶୀତ ଲହରୀ ଜାରି ରହିବାର ସମ୍ଭାବନା ଅଧିକ ରହିଥିବାରୁ ସର୍ତକ ସୂଚନା ଜାରି କରାଯାଇଛି ।

ସକାଳେ କୁହୁଡ଼ି କିମ୍ବା ହାଲୁକା କୁହୁଡ଼ି ଏବଂ ପରେ ମୁଖ୍ୟତଃ ମେଘମୁକ୍ତ ଆକାଶ ରହିବାର ସମ୍ଭାବନା ରହିଛି । ସର୍ବାଧିକ ତାପମାତ୍ରା ୨୭ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୪° ପାଖାପାଖ ହେବାର ସମ୍ଭାବନା ରହିଛି।

ଏବେ କନ୍ଧମାଳ ଜିଲ୍ଲାରେ ଜାଡ଼ ଭାଙ୍ଗୁଛି ହାଡ଼ । ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ସେହିପରି ଦାରିଙ୍ଗବାଡ଼ି ଓ ଫୁଲବାଣୀରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହି ଦୁଇଟି ଜାଗାରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ୍ ଯାଏଁ ଖସିଛି । ସାରା ରାଜ୍ୟକୁ ଶୀତ ଲହରି ଅସ୍ତବ୍ୟସ୍ତ କରୁଥିବା ବେଳେ ଦକ୍ଷିଣ ଓ ପଶ୍ଚିମରେ ଅନୁଭୂତ ହେଉଛି ଅସହ୍ୟ ଜାଡ଼।

ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କୁହୁଡ଼ି ଲାଗିରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର। ଆଜି ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସକାଳ ସମୟରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave | Weather forecast gives big warning about winter | Argus News