Videos
|
Odisha

ଏହି ଜିଲ୍ଲାକୁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

Smruti Parija
Browse all articles by Smruti Parija
·1 year ago·1 min read
ଏହି ଜିଲ୍ଲାକୁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା

କମିବ କାଳବୈଶାଖୀ ବଢିବ ତାତି । ଆଜି ଠାରୁ ଦେଶର ପୂର୍ବଭାଗରେ କାଳବୈଶାଖୀ ପ୍ରଭାବ କମିବା ସହ ଆଗାମୀ 4 ଦିନ ମଧ୍ୟରେ ତାପମାତ୍ରା 4 ରୁ 6 ଡ଼ିଗ୍ରୀ ଯାଏଁ ତାପମାତ୍ରାରେ ବୃଦ୍ଧି ହେବା ସମ୍ଭାବନା ରହିଛି । ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡା, ବରଗଡ ଏବଂ ନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଛି । ପ୍ରଭାବରେ ବିଜୁଳି, ଘଡ଼ଘଡ଼ି, ପବନ 40 ରୁ 50 ତଥା କୁଆପଥର ବର୍ଷା ସମ୍ଭାବନା ରହିଛି ।


୨୫ ତାରିଖ ଯାଏଁ ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ କାଳବୈଶାଖୀ ପ୍ରଭାବରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ଚଳିତ ବର୍ଷ ପ୍ରାକ୍ ମୌସୁମୀ ଋତୁରେ ୧ ମାର୍ଚ୍ଚ ରୁ ୧୯ ଅପ୍ରେଲ ୨୦୨୫ ମଧ୍ୟରେ ରାଜ୍ୟରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକ ବର୍ଷା ୩୮.୯ ମିମି ତୁଳନାରେ ୬୦.୫ ମିମି ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ଠାରୁ ୫୫% ଅଧିକ ବର୍ଷା ଅନୁଭୂତ ହୋଇଛି ।