Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏବେ ତ ଏତିକି ସମ୍ଭାଳି ହେଉନି, ଆଗକୁ ଆହୁରି ଗରମ

Smruti Parija
Browse all articles by Smruti Parija
·1 year ago·1 min read
ଏବେ ତ ଏତିକି ସମ୍ଭାଳି ହେଉନି, ଆଗକୁ ଆହୁରି ଗରମ

Key Points

ଆଗକୁ ପ୍ରଚଣ୍ଡ ଖରା

ଗରମ, ଗୁଳୁଗୁଳିକୁ ବହିବ ଝାଞ୍ଜି ପବନ

୧୦ରୁ ୧୨ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ରହିପାରେ ସର୍ବାଧିକ ତାପମାତ୍ରା


ଆଗକୁ ରାଜ୍ୟରେ ପ୍ରଚଣ୍ଡ ଖରା ସମ୍ଭାବନା । ବିଭିନ୍ନ ଜିଲ୍ଲାରେ ତାପମାତ୍ରା ବଢିବା ସହ ଗରମ ଗୁଳୁଗୁଳି, ଝାଞ୍ଜି ପବନ ବହିପାରେ । ଏହି ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଜୁନ ୭ ପରେ ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ । ଆସନ୍ତା ୧୦ରୁ ୧୨ ତାରିଖ ପଶ୍ଚିମ ଓ କେନ୍ଦ୍ରୀୟ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ରହିପାରେ ।


ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ଦେବଗଡ଼ ଓ ଅନୁଗୁଳରେ ପ୍ରବଳ ଖରା ସମ୍ଭାବନା । ଏହା ସହିତ ଆଭ୍ୟନ୍ତରୀଣ ଓଡ଼ିଶା କେନ୍ଦ୍ରପଡ଼ା, କଟକ, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଅଞ୍ଚଳର କିଛି କିଛି ସ୍ଥାନ ମାନଙ୍କରେ ତାପମାତ୍ରା ବୃଦ୍ଧି ପାଇବା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । ତେବେ ଜୁନ ୧୭ ତାରିଖ ପରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏବେ ସକାଳୁ ତାପମାତ୍ରା ଏତେ ରହୁଛି ଯେ, ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ତା ସାଙ୍ଗକୁ ସକାଳୁ ଗୁଳୁଗୁଳି ମଧ୍ୟ ଅଧିକ ହେଉଛି । ଫଳରେ ସମସ୍ତ ପ୍ରବଳ ଗରମରେ ଆୁଟୁପାଉଟୁ ହେଉଥିବାବେଳେ ଆଗକୁ ଯଦି ଆହୁରି ଗରମ ହେବ କେମିତି ରହିବେ ଏନେଇ ସମସ୍ତଙ୍କୁ ଚିନ୍ତା ଘାରିଛି ।

Sponsored
weather-update-highest-temperatures-are-likely-to-be-recorded-in-western-and-central-odisha-from-the-10th-to-the-12th | Argus News