Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ସାରା ରାଜ୍ୟରେ ରାତିର ପାରଦ ହ୍ରାସ ପାଇବାରେ ଲାଗିଛି

Odisha

ସାରା ରାଜ୍ୟରେ ରାତିର ପାରଦ ହ୍ରାସ ପାଇବାରେ ଲାଗିଛି

Banajyotshna Ray
Browse all articles by Banajyotshna Ray
·1 year ago
ସାରା ରାଜ୍ୟରେ ରାତିର ପାରଦ ହ୍ରାସ ପାଇବାରେ ଲାଗିଛି

ଅର୍ଗସ ବ୍ୟୁରୋ:  ସାରା ରାଜ୍ୟରେ ରାତିର ପାରଦ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ 2ରୁ 3 ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା କମିଥିବାରୁ ଅଧିକାଂଶ ସହରରେ ଥଣ୍ଡା ଅନୁଭୂତ ହେଉଛି । ଉପକୂଳରେ ରାତିର ତାପମାତ୍ରା ଟିକିଏ ଅଧିର ରହିଥିବା ବେଳେ ଆଭ୍ୟନ୍ତରୀଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ତାପମାତ୍ରା ଅଧିକ କମିଛି । 15ଟି ସହରର ସର୍ବନିମ୍ନ ତାପମାତ୍ରା 15 ଡିଗ୍ରିରୁ ତଳକୁ ଖସି ଆସିଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା 7.8 ଡିଗ୍ରି ରେକର୍ଡ କରାଯାଇଛି । ଜିଲ୍ଲାରେ ନଭେମ୍ବର ମାସ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ସେତେଟା ପରିଲକ୍ଷିତ ହୋଇ ନଥିଲା । ତେବେ ମାର୍ଗଶୀର ମାସ ପହିଲାରୁ ପ୍ରବଳ ଶୀତ ଆରମ୍ଭ ହୋଇଛି । ତିନି ଦିନ ମଧ୍ୟରେ ତପମାତ୍ରା ଆହୁରି 2ରୁ 3 ଡିଗ୍ରି କମିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
weather update in odisha | Argus News