Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟରେ ଡହ ଡହ ଖରା ସହ କଲବଲ୍ କରୁଛି ତାତି

Odisha

ରାଜ୍ୟରେ ଡହ ଡହ ଖରା ସହ କଲବଲ୍ କରୁଛି ତାତି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାଜ୍ୟରେ ଡହ ଡହ ଖରା ସହ କଲବଲ୍ କରୁଛି ତାତି

ଭୁବନେଶ୍ୱର:  ରାଜ୍ୟରେ ଡହ ଡହ ଖରା ସହ କଲବଲ୍ କରୁଛି ତାତି। ଗତ ୩ରୁ ୪ ଦିନ ତାତି ସାମାନ୍ୟ କମ୍ ଥିବାବେଳେ ସୋମବାର ଠାରୁ ପୁଣି ତାତି ବଢିଛି । ୧୩ ଓ ୧୪ ତାରିଖ ଦୁଇ ଦିନ ହିଟୱେଭ୍ ଜାରି କରିଛି ପାଣିପାଗ ବିଭାଗ । ପଶ୍ଚିମ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶାରେ ଅସ୍ତବ୍ୟସ୍ତ କରିବ ତାତି । ୬ଟି ଜିଲ୍ଲା ସମ୍ବଲପୁର, କଳାହାଣ୍ଡି ,ଝାରସୁଗୁଡା, ବଲାଙ୍ଗୀର, ବୌଦ୍ଧ ଓ ସୋନପୁରକୁ ସତର୍କ ସୂଚନା ସହ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।


ଏହି ଜିଲ୍ଲା ମାନଙ୍କରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ୫ ଦିନ ଭିତରେ ୩ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ । ଖରାର ପ୍ରକୋପ ଅଧିକ ରହିବା ସମ୍ଭାବନା ଥିବାରୁ ବାହାରକୁ ଗଲେ ସାଙ୍ଗରେ ପାଣି ବୋତଲ ନେବା ସହ ପଗଡି ଭିଡିବା, ଛତା ଧରି ଯିବା ଓ ସୂତା କପଡା ପରିଧାନ ସହ ଖରାରୁ ବର୍ତ୍ତିବା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ରାଜ୍ୟରେ ଏବେଠାରୁ ଏତେ ମାତ୍ରାରେ ତାତି ଅନୁଭୂତ ହେଲାଣି ଯେ, ଦିନ ୮ଟାରୁ ଆଉ ବାହାରକୁ ଯିବାକୁ ମନବଳାଉନାହାନ୍ତି ଲୋକେ। ସତର୍କ ରୁହନ୍ତୁ, ଯଦି ସେମିତି କିଛି କାମ ନାହିଁ, ତେବେ ବାହାରକୁ କମ୍‌ ଯାଆନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
weather-update-in-odisha-today news | Argus News