Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅଚନାକ ମାଡି ଆସିଲା କଳାହାଣ୍ଡିଆ ମେଘ

Odisha

ଅଚନାକ ମାଡି ଆସିଲା କଳାହାଣ୍ଡିଆ ମେଘ

Smruti Parija
Browse all articles by Smruti Parija
·1 year ago·1 min read
ଅଚନାକ ମାଡି ଆସିଲା କଳାହାଣ୍ଡିଆ ମେଘ

Key Points

ଗୁଳୁଗୁଳି ରୁ ମିଳିବ ଆଶ୍ବସ୍ତି

ଟ୍ୱିନ୍ ସିଟିରେ କାଳବୈଶାଖୀ

ଗୁଳୁଗୁଳିରୁ ମିଳିବ ଆଶ୍ବସ୍ତି । ଟ୍ୱିନ୍ ସିଟିରେ କାଳବୈଶାଖୀ ସମ୍ଭାବନା । ବିଜୁଳି ଘଡଘଡି ସହ ବର୍ଷା ପବନ ସମ୍ଭାବନା ରହିଛି । ଅପରାହ୍ନରୁ ପାଗରେ ପରିବର୍ତ୍ତନ ଦେଖାଦେଇଛି । ଅଚନାକ ମାଡି ଆସିଲା କଳାହାଣ୍ଡିଆ ମେଘ । 


ବର୍ତ୍ତମାନ ଏକ ଟ୍ରଫ୍ ଲାଇନ୍ ଉତ୍ତର-ପଶ୍ଚିମ ଉତ୍ତର ପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ଉପର ଦେଇ ପୂର୍ବ ଉତ୍ତର ପ୍ରଦେଶ, ବିହାର, ଉପ-ହିମାଳାୟ ପଶ୍ଚିମବଙ୍ଗ ଦେଇ ଉତ୍ତର ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପରନଠାରୁ ୦.୯ କିଲୋମିଟର ଉଚ୍ଚରେ ଅବସ୍ଥିତ ରହିଛି । ଯାହାର ପ୍ରଭାବରେ ଆଜିଠୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ବିଜୁଳି, ଝଡ଼ ପବନ ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଭଦ୍ରକର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଗଲାଣି । ସେହିପରି ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, କୋରାପୁଟ, ରାୟଗଡା ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଜାରି ରହିଛି । ଆସନ୍ତା ମେ ୨୭ ତାରିଖକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁପାରେ ।

Argus Whatsapp Channel Mobile Top
Sponsored
weather-update-lightening-thunderstorm-in-twin-city | Argus News