19 ଯାଏଁ ପାଗ ଶୁଖିଲା; 9 ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଫେବୃଆରୀରୁ ଟାଇଁ ଟାଇଁ ଖରା । ଏବେଠୁ ଏତେ ଗରମ ଦେଖି ଛାନିଆ ହେଲେଣି ଲୋକେ । ସକାଳୁ ସକାଳୁ ଖରା କାଟୁଛି । ପୁଣି ଦିନରେ ଓ ରାତିରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହେଉଛି । ଏହାରି ମଧ୍ୟରେ ପାଣିପାଗ ବିଭାଗ ମଧ୍ୟରେ ସୂଚନା ଦିଆଯାଇଛି ଯେ 19 ରୁ 21 ମଧ୍ୟରେ ହେବ ହାଲୁକାରୁ ମଧ୍ୟମ ବର୍ଷା ।
9 ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହେବା ସମ୍ଭାବନା ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁରରେ ବର୍ଷା ସମ୍ଭାବନା ରହିଛି । କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଆସନ୍ତା 19 ମଧ୍ୟରେ ପାଗ ଶୁଖିଲା ରହିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଗତ ତିନି ଦିନ ଭିତରେ ତାପମାତ୍ରା ବଢିଲାଣି ୩ ଡିଗ୍ରୀ । ପାରଦ ୩୭ ଡିଗ୍ରୀ ପାର୍ କଲାଣି । ଏବେଠୁ ଯଦି ଏତେ ଗରମ... ମେ ମାସ ଓ ଜୁନ୍ ମାସ ରେ ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତିତ ରାଜ୍ୟବାସୀ ।
📱 Get Argus News App
✨ଏପଟେ ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାତି । ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା । ରାଜଧାନୀ ବାସିନ୍ଦାଙ୍କ କହିବା ଅନୁସାରେ ପୂର୍ବରୁ କେବେ ଫେବ୍ରୁଆରୀରେ ଖରା ଏତେ କାଟୁ ନଥିଲା । ଗତବର୍ଷ ଫେବ୍ରୁଆରୀ ଆଜିର ଦିନରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଥିଲା । ଫେବ୍ରୁଆରୀ ୧୦ ତାରିଖରେ ୩୪ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୧୧ ସହର । ଫେବ୍ରୁଆରୀ ୧୧ ତାରିଖରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି ।
ଫେବ୍ରୁଆରୀ ୧୨ ତାରିଖରେ ୩୫ ଡିଗ୍ରୀ ପାର କରିଥିଲା ୧୦ଟି ସହରର ତାପମାତ୍ରା । ୩୭ ଛୁଇଁଥିଲା ଝାରସୁଗୁଡା ତେବେ ଫେବ୍ରୁଆରୀରୁ ରାଜ୍ୟରେ ଏତେ ଗରମ କାହିଁକି ? ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶା ଉପୂକଳକୁ ଗୁରୁଚାପ ବଳୟ କବ୍ଜା କରି ରଖିଥିବାରୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନ ଅବରୋଧ ହୋଇଛି । ଏଥିସହ ପଶ୍ଚିମା ଝଡ଼ ପ୍ରଭାବରେ ତାତି ବଢୁଛି । ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ଡିଗ୍ରୀ ବଢିଛି । ରାତିର ତାପମାତ୍ରା ବି ବୃଦ୍ଧି ପାଇଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି ।