Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - Weather Update; 27 ଯାଏଁ ପ୍ରବଳ ବର୍ଷା

Odisha

Weather Update; 27 ଯାଏଁ ପ୍ରବଳ ବର୍ଷା

Smruti Parija
Browse all articles by Smruti Parija
·10 months ago·1 min read
Weather Update; 27 ଯାଏଁ ପ୍ରବଳ ବର୍ଷା

Key Points

ରାଜଧାନୀରେ ବର୍ଷା

୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ

25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି

ରବିବାର ରାତିରୁ ରାଜଧାନୀରେ ବର୍ଷା ଲାଗି ରହିଛି । ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ବର୍ଷା ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ 27 ଯାଏଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବଜ୍ରପାତ ସହିତ ଝଡ଼ବର୍ଷାର ସମ୍ଭାବନା ନେଇ ଆଲର୍ଟ ଜାରି ହୋଇଥିଲା ।୨୫ ଜୁନ୍ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରଭାବରେ ଆସନ୍ତା ୨୫ ତାରିଖରୁ ରାଜ୍ୟରେ ଭାରି ବର୍ଷା ବା ପ୍ରବଳ ବର୍ଷାର ସମ୍ଭାବନା ରହିଛି ।


୨୪ ଏବଂ ୨୫ ତାରିଖରେ ଉପକୂଳ ଓଡ଼ିଶା ଏବଂ ଏହାର ଆଖପାଖରେ ୪୫ କିମିରୁ ୫୫ କିମି ବେଗରେ ପବନ ବ‌ହିବା ସହିତ ଝଡ଼ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ବିଭାଗ I ତେବେ ସାରା ଓଡିଶାରେ ଆହୁରି 5 ଦିନ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଜାରି ରହିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରାଜ୍ୟର କିଛି ଜିଲ୍ଲା କୁ 25, 26 ଓ 27 ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । 25 ତାରିଖ ବେଳକୁ ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ରହିଛି ସମ୍ଭାବନା । ତେବେ ଆଉ ଅନ୍ୟ ଜିଲ୍ଲା ମାନଙ୍କରେ ବି ପ୍ରବଳ ବର୍ଷା ନେଇ ସତର୍କ କରିଛି ବିଭାଗ ।

Sponsored
weather-update-rain-in-the-national-capital-since-morning | Argus News