Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

weather update; ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Smruti Parija
Browse all articles by Smruti Parija
·1 year ago·1 min read
weather update; ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Key Points

ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ ସମ୍ଭାବନା

୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ


ରାଜ୍ୟରେ ପଛକୁ ପଛ ଦୁଇଟି ଲଘୁଚାପ ସମ୍ଭାବନା । ସୌରାଷ୍ଟ୍ର ଏବଂ କଚ୍ଛର ଦକ୍ଷିଣ ଭାଗ ଏବଂ ପାର୍ଶ୍ଵବର୍ତ୍ତୀ ଉତ୍ତରପୂର୍ବ ଆରବ ସାଗର ଅଞ୍ଚଳରେ ବାୟୁମଣ୍ଡଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।


ସେହିପରି ପୂର୍ବ ଭାଗରେ ଉତ୍ତର-ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ପ୍ରଭାବରେ ଜୁଲାଇ ପ୍ରଥମ ସପ୍ତାହ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେହିପରି ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ଗତ ୨୪ ଘଣ୍ଟାରେ କେନ୍ଦୁଝରରେ ୧୦୬.୩ ମିମି, ହାଟଡିହରେ ୮୮.୩ ମିମି ଓ ଭଦ୍ରକ ରେମୁଣାରେ ୫୫ ମିମି, ଭଦ୍ରକ ରେ ୭୭ ମିମି ବର୍ଷା ରେକର୍ଡ ହୋଇଛି । ଜୁନ୍ ପହିଲାରୁ ଏବେସୁଦ୍ଧା ରାଜ୍ୟରେ ସ୍ୱାଭାବିକଠୁ ୩ ପ୍ରତିଶତ କମ୍ ବର୍ଷା ହୋଇଛି । ୮ ଟି ଜିଲ୍ଲାରେ ସ୍ଵାଭାବିକରୁ ଅଧିକ ବର୍ଷା, ୧୭ ଜିଲ୍ଲାରେ ସ୍ୱାଭାବିକ ଓ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ମୟୂରଭଞ୍ଜରେ ସବୁଠୁ ଅଧିକ ନିଅଣ୍ଟିଆ ବର୍ଷା ରେକର୍ଡ ।


Sponsored
weather-update-yellow-warning-issued-for-22-districts-in-the-state-two-low-pressure-areas-likely-to-form-in-a-row | Argus News