ଏମଜେଏମସିଙ୍କୁ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇଲେ

Key Points
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ନବାଗତ ବିଜେଏମସି ଏବଂ ଏମଜେଏମସି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
ଅର୍ଗସ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଜଣାଇଲେ
ସାମ୍ବାଦିକତା ଯାତ୍ରା ସହଜ ନୁହେଁ ବୋଲି ଅଭିଭାଷଣରେ କହିଥିଲେ
ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ପକ୍ଷରୁ ନବାଗତ ବିଜେଏମସି (୨୫-୨୯) ଏବଂ ଏମଜେଏମସି (୨୫-୨୭) ବ୍ୟାଚର ଛାତ୍ରଛାତ୍ରୀମାନଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଏହାର ଗୋଠପାଟଣା କ୍ୟାମ୍ପସରେ ଅନୁଷ୍ଠିତ ହୋଇଛି। ବିର୍ଲା ସ୍କୁଲ ଅଫ କମ୍ୟୁନିକେସନ ଡିନ ଶିବ ଶଙ୍କର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଛାତ୍ର ରୋଶନ ସାଭାନା ଏବଂ ପୂର୍ବତନ ଛାତ୍ରୀ ଅଙ୍କିତା ମହାରଣା ସେମାନଙ୍କ ହୃଦୟସ୍ପର୍ଶୀ ଅଭିଜ୍ଞତା ସମସ୍ତଙ୍କ ସହ ବାଣ୍ଟିବା ସହ ୟୁନିଭର୍ସିଟିର ସମୃଦ୍ଧ ଶୈକ୍ଷିକ ପରିବେଶ ଉପରେ ଆଲୋକପାତ କରିଥିଲେ। ବିଜିୟୁ ରେଜିଷ୍ଟ୍ରାର ପ୍ରଫେସର ଡ. ବି.କେ ଦାଶ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ। ଅର୍ଗସ ଡିଜିଟାଲର ସମ୍ପାଦକ ସଂଗ୍ରାମ ଷଡ଼ଙ୍ଗୀ ତାଙ୍କ ଦୀର୍ଘ ସାମ୍ବାଦିକତା ଯାତ୍ରାର ଅନୁଭୂତି ବାଣ୍ଟିଥିଲେ। ଶ୍ରୀଯୁକ୍ତ ଷଡ଼ଙ୍ଗୀ ପିଲାଙ୍କୁ କହିଥିଲେ ଯେ, ସାମ୍ବାଦିକର ଜୀବନ ଏତେ ସହଜ ନୁହେଁ। ଆଗକୁ ଯିବାକୁ ହେଲେ ଦୃଢ ସଂକଳ୍ପ ନେବାକୁ ପଡ଼ିବ, ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ କଠିନ ଅଧ୍ୟବସାୟ କରିବାକୁ ପଡ଼ିବ।
ସେହିପରି ଟର୍କ କମ୍ୟୁନିକେସନର ମୁଖ୍ୟ ପ୍ରବନ୍ଧକ ପ୍ରୀତି ଚନ୍ଦ୍ର ଭବିଷ୍ୟତ ପାଇଁ ପ୍ରସ୍ତୁତ ଗଣମାଧ୍ୟମ ବୃତ୍ତିଧାରୀଙ୍କ ପାଇଁ ବିବିଧ ଯୋଗାଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। ବିଜିୟୁ କୁଳପତି ପ୍ରଫେସର କୁଳଭୁଷଣ ବାଲୁନି ନୂତନ ବ୍ୟାଚର ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରିଥିଲେ। ସ୍କୁଲ ଅଫ କମ୍ୟୁନିକେସନର ଇନ୍ ହାଉସ୍ ମାଗାଜିନ କାନଭାଷର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ଏକ ଖୁସିର ମୁହୂର୍ତ୍ତ ଆଣିଦେଇଥିଲା। ଅତିଥିମାନଙ୍କୁ ସମ୍ବର୍ଦ୍ଧନା ଏବଂ ଏମଜେଏମସିର ପ୍ରୋଗ୍ରାମ କୋଅର୍ଡିନେଟର ଡ.ଶ୍ରୁତି ରାଜନଙ୍କ ଧନ୍ୟବାଦ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।